ସମ୍ବଲପୁର: ଗଞ୍ଜେଇ ଚାଲାଣ ବେଳେ ଧରାପଡ଼ିଛନ୍ତି ପୋଲିସ କର୍ମଚାରୀ । ପୋଲିସ କର୍ମଚାରୀ ଜଣଙ୍କ ହେଲେ ଝାରସୁଗୁଡ଼ା ଜିଆରପିର କନେଷ୍ଟବଳ ପୂର୍ଣ୍ଣଚନ୍ଦ୍ର ପାତ୍ର । ରେଳବାଇ ଥାନାର ବୋଲେରୋ ଗାଡିରେ ଗଞ୍ଜେଇ ନେଇ ଯାଉଥିବାବେଳେ ସମ୍ବଲପୁରର ରେଙ୍ଗାଲି ପୋଲିସ ହାତରେ ଧରା ପଡ଼ିଛନ୍ତି ପୂର୍ଣ୍ଣଚନ୍ଦ୍ର ।
ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ବୌଦ୍ଧରୁ ବାହାରିଥିବା ଏକ ବୋଲେରୋ (ଓଡ଼ି ୦୫ ଏପି-୨୭୪୪) ଝାରସୁଗୁଡ଼ା ଅଭିମୁଖେ ବାହାରିଥିଲା। ବୋଲେରୋରେ ଗଂଜେଇ ଚାଲାଣ ହେଉଥିବା ନେଇ ସମ୍ବଲପୁର ପୁଲିସକୁ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଥିଲା। ପୁଲିସ ଟିମ ଅତର୍କିତ ଭାବେ ଚଢ଼ାଉ କରି ଗଂଜେଇ ଜବତ କରିବାକୁ ଯୋଜନା କରିଥିଲେ। ପୁଲିସ ରେଙ୍ଗାଲି ଥାନା ଅନ୍ତର୍ଗତ ରାମପଡ଼ା ଛକରେ ବେଲେରୋ ଦେଖି ଅଟକାଇବାକୁ ଉଦ୍ୟମ କରିଥିଲେ। କିନ୍ତୁ ବୋଲେରୋରେ ନାଲିବତୀ ଲାଗିଥିବାରୁ ଏହା ସରକାରୀ ଗାଡ଼ି ଭାବି ପୁଲିସ ଟିମ ଟିକିଏ ପଛ ଘୁଂଚା ଦେଇଥିଲେ। କିନ୍ତୁ ପୂର୍ବରୁ ମନରେ ସନ୍ଦେହ ଥିବାରୁ ପୁଲିସ ଟିମ୍ ପୁଣି ଦେଢ କିଲୋମିଟର ଯାଏଁ ଦୌଡ଼ିଥିଲେ। ପୁଲିସ ଟିମ୍ ଗାଡ଼ିକୁ ଅଟକାଇ ଥିଲେ। ଯାଂଚ ବେଳେ ଏଥିରୁ ୨୧ କିଲୋ ଗଂଜେଇ ମିଳିଥିଲା। ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ପୁଲିସ ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନା ଅନ୍ତର୍ଗତ ତୁରାମୁରା ବିଶିପାଲି ଗାଁର ତ୍ରିଲୋଚନ ପାତ୍ରଙ୍କ ପୁଅ ପୂର୍ଣ୍ଣଚନ୍ଦ୍ରଙ୍କୁ ଗିରଫ କରିଛି। ପୂର୍ଣ୍ଣଚନ୍ଦ୍ର ଝାରସୁଗୁଡ଼ା ଜିଲ୍ଲା ଜିଆରପି କାର୍ଯ୍ୟାଳୟରେ ଡ୍ରାଇଭର ଭାବେ କାର୍ଯ୍ୟରତ ଅଛନ୍ତି।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0