spot_img

ଅନଲାଇନ ଚେସ୍ ଅଲମ୍ପିଆଡ଼ ଫାଇନାଲରେ ଭାରତ ସଂଯୁକ୍ତ ବିଜେତା

ନୂଆଦିଲ୍ଲୀ: ଅନଲାଇନ ଚେସ୍ ଫାଇନାଲରେ ଭାରତ ସଂଯୁକ୍ତ ବିଜେତା ହୋଇଛି । ଭାରତ ସହ ରୁଷ ସହବିଜେତା ହୋଇଛି । ଇଣ୍ଟରନେଟ୍ କନେକ୍ସନ ବାଧାପ୍ରାପ୍ତ ହେବା କାରଣରୁ ଦୁଇ ଜଣଙ୍କୁ ଯୁଗ୍ମ ବିଜେତା ଘୋଷଣା କରାଯାଇଥିଲା । ଭାରତ ଶନିବାର ଦିନ ଚେସ୍ ଅଲମ୍ପିଆଡରେ ଇତିହାସ ରଚିଛି । ଅନଲାଇନରେ ହୋଇଥିବା ଏହି ଅଲମ୍ପିଆଡ୍‌ରେ ଭାରତ ପ୍ରଥମ ଥର ବିଜେତା ହୋଇଛି । ରୁଷ ବିପକ୍ଷରେ ଖେଳା ଯାଇଥିବା ଏହି ଫାଇନାଲ ମ୍ୟାଚ ଇଣ୍ଟରନେଟ୍ କନେକ୍ସନ୍ କଟି ଯିବାରୁ ପୁରା ଖେଳା ଯାଇପାରିନଥିଲା । ଯେଉଁଥିପାଇଁ ଭାରତକୁ ସଂଯୁକ୍ତ ବିଜେତା ଘୋଷଣା କରାଯାଇଥିଲା । ପ୍ରଥମ ଥର ପାଇଁ ଫିଡ଼େ , ଅନ୍ତରାଷ୍ଟ୍ରୀୟ ଚେସ୍ ମହାସଂଘ ଅନଲାଇନରେ ଅଲମ୍ପିଆଡ ଆୟୋଜନ କରିଥିଲା । ଭାରତୀୟ ଟିମ୍‌ରେ କ୍ୟାପଟେନ ବିଦିତ ଗୁଜରାତି, ପୂର୍ବ ବିଶ୍ୱ ଚାମ୍ପିଅନ୍ ବିଶ୍ୱନାଥନ୍ ଆନନ୍ଦ, କୋନେରୁ ହମ୍ପି, ଡି.ହାରିକା, ଆର୍ ପ୍ରଗନାନନ୍ଦ, ପି.ହରିକୃଷ୍ଣା, ନିହାଲ ସରିନ୍ ଓ ଦିବ୍ୟା ଦେଶମୁଖ ପ୍ରମୁଖ ପ୍ରତିନିଧିତ୍ୱ କରିଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular