ନୂଆଦିଲ୍ଲୀ: ସୋମବାର ସୁପ୍ରିମ କୋର୍ଟ ବିଜୟ ମାଲ୍ୟାଙ୍କ ସମୀକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି । ଅର୍ଥାତ୍ ମାଲ୍ୟାଙ୍କୁ ଦୋଷୀ ସାବ୍ୟସ୍ତ କରିଥିବା ରାୟ ଜାରି ରହିବ । ଅଗଷ୍ଟ ୨୭ରେ ସୁପ୍ରିମ କୋର୍ଟ ଏହି ପ୍ରସଙ୍ଗରେ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଥିଲେ । ସୂଚନା ମୁତାବକ, ବ୍ୟାଙ୍କରୁ ହଜାର ହଜାର କୋଟି ଟଙ୍କାର ଋଣ ନେଇ ଦେଶରୁ ପଳାୟନ କରିଥିଲେ ବିଜୟ ମାଲ୍ୟା । ପରେ ସୁପ୍ରିମ କୋର୍ଟ ଋଣ ନେଇଥିବା ବ୍ୟାଙ୍କଗୁଡିକୁ ଟଙ୍କା ଫେରାଇବା ପାଇଁ ବିଜୟଙ୍କୁ ନୋଟିସ୍ କରିଥିଲେ । ମାତ୍ର ମାଲ୍ୟା କୋର୍ଟଙ୍କୁ ଅବମାନନା ପୂର୍ବକ ଟଙ୍କା ପୁଅର ଆକାଉଣ୍ଟକୁ ସ୍ଥାନାନ୍ତର କରିଦେଇଥିଲେ । ବିଜୟ ୪୦ ମିଲିୟନ ଆମେରିକୀୟ ଡଲାର ସ୍ଥାନାନ୍ତର କରିଥିବା ଅଭିଯୋଗ ହୋଇଥିଲା । ତେଣୁ ସୁପ୍ରିମ କୋର୍ଟ ବିଜୟଙ୍କୁ କୋର୍ଟ ଅବମାନନା ପାଇଁ ଦୋଷୀ ସାବ୍ୟସ୍ତ କରିଥିଲେ । ଏହା ପରେ ମାଲ୍ୟା ଏହାର ସମୀକ୍ଷା ପାଇଁ ଆବେଦନ କରିଥିଲେ । କୋର୍ଟ ବର୍ତ୍ତମାନ ଏହି ସମୀକ୍ଷା ଆବେଦନକୁ ଖାରଜ କରିଦେଇଛନ୍ତି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0