ବୌଦ୍ଧ : ବୌଦ୍ଧ ଜିଲ୍ଲାରେ ୟୁରିଆ ସାର ବଣ୍ଟନରେ ଅନିୟମିତତା ଅଭିଯୋଗରେ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ୫ ଗୋଟି ସେବା ସମବାୟ ସମିତିର ସମ୍ପାଦକଙ୍କୁ ଚାକିରୀରୁ ନିଲମ୍ବିତ କରିବା ସହ ଜଣେ ସମ୍ପାଦକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି।
ସେହିପରି ୬ ଜଣ ପ୍ରାଇଭେଟ ସାର ରିଟେଲରଙ୍କ ଲାଇସେନ୍ସ ରଦ୍ଦ କରିଥିବା ମଧ୍ୟ ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ବୌଦ୍ଧ ବ୍ଲକ୍ ମନୁପାଲି ପ୍ୟାକ୍ସ ସମ୍ପାଦକ ଜତିନ ଭୋଇ, ମୁଣ୍ଡିପଦର ପ୍ୟାକ୍ସ ସମ୍ପାଦକ ରୋହିତାସ୍ୱ ପଣ୍ଡା, ହରଭଙ୍ଗା ବ୍ଲକ୍ ଅଂଚଳରେ ବାମଣ୍ଡା ପ୍ୟାକ୍ସ ସମ୍ପାଦକ ମହେଶ ଖେତି, କଣ୍ଟାମାଲ ବ୍ଲକର ବିଳାସପୁର ପ୍ୟାକ୍ସ ସମ୍ପାଦକ ପ୍ରଦେଶ ଦନ୍ତା , ଲମ୍ବସରୀ ପ୍ୟାକ୍ସ ସଂପାଦକ ମୁରଲୀ ମହାକୁଡ଼ଙ୍କୁ ନିଲମ୍ବିତ କରଯାଇଥିବା ବେଳେ ଆଡେନିଗଡ଼ ପ୍ୟାକ୍ସ ସମ୍ପାଦକ ବିଭୁତି ଭୂଷଣ ସାହୁଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି।
ସେପଟେ ବଘିଆପଡାର ଲକ୍ଷ୍ମଣା ନାୟକ, ଲକ୍ଷ୍ମୀପ୍ରସାଦର ମୋହନ ସାହୁ, ସାହାଜପାଲର ତ୍ରିନାଥ ମେହେର, ଖଟଖଟିଆର ବିରଞ୍ଚି ମିଶ୍ର ଓ କଣ୍ଟାମାଲର ଜୟ ମାଁ ଇଣ୍ଟରପ୍ରାଇଜ ସାର ବ୍ୟବସାୟୀର ଲାଇସେନ୍ସ ରଦ୍ଦ କରଯାଇଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0