ଭାରତୀୟ ରିଜର୍ଭ ବ୍ୟାଙ୍କ୍ କରୋନା ମହାମାରୀ ସମୟରେ ଗ୍ରାହକଙ୍କ ସୁବିଧାକୁ ଧ୍ୟାନ ରଖି ସେମାନଙ୍କୁ ଲୋନ ମୋରେଟୋରିୟମର ସୁବିଧା ଦେଇଥିଲେ । ଯାହାର ସମୟ ସୀମା ସେପ୍ଟେମ୍ବର ୧ ତାରିଖରେ ଶେଷ ହେବ । ଏବେ ସେମାନଙ୍କ ଲୋନର କ’ଣ ହେବ ଭାବି ଗ୍ରାହକ ଚିନ୍ତାରେ ଅଛନ୍ତି । ମୋରେଟୋରିୟମ୍ ସୁବିଧା ପାଉଥିବା ଧାରକଙ୍କୁ ସେପ୍ଟେମ୍ବର ୧ରୁ କିସ୍ତି ସୁଝିବାକୁ ପଡ଼ିବ । ତେବେ ଆରବିଆଇ ଧାରକଙ୍କ ଚିନ୍ତା ଦୂର କରିବା ପାଇଁ ରିଷ୍ଟ୍ରକଚରିଙ୍ଗ ସ୍କିମ୍ ଆଣି ଆସିଛି । ଏହାକୁ ନେଇ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ ରହିଛି । ଏହା ମୋରେଟୋରିୟମ ଠାରୁ କିପରି ଅଲଗା ସେନେଇ ଅନେକ ପ୍ରଶ୍ନ ଗ୍ରାହକଙ୍କ ମନକୁ ଆସୁଛି ।
ଯଦି ସେପ୍ଟେମ୍ବରରୁ ଆପଣ ଆପଣଙ୍କର ଇଏମଆଇ ଭରୁନାହାନ୍ତି, ତେବେ ଆପଣଙ୍କ କ୍ରେଡିଟ୍ ସ୍କୋର ପ୍ରଭାବିତ ହେବ । ଯାହା ଦ୍ୱାରା ଆପଣଙ୍କୁ ଅନ୍ୟ ଲୋନ୍ ମିଳିବାରେ ଅସୁବିଧା ହେବ । ଇଏମଆଇ ନ ଭରିବା ଦ୍ୱାରା ବ୍ୟାଙ୍କ୍ ଗ୍ରାହକଙ୍କ ଉପରେ ଲେଟ ପେମେଣ୍ଟ ଚାର୍ଜ ଲାଗାଇପାରିବ । ଧାରକମାନଙ୍କୁ ଏକା ସହ ମୋରେଟୋରିୟମ ଅବଧିର ଇଏମଆଇ ଭରିବାକୁ ପଡ଼ିବନି । ଆପଣଙ୍କୁ ଧାର୍ଯ୍ୟ ତାରିଖରେ ସେପ୍ଟେମ୍ବର ମାସର ହିଁ କେବଳ ଇଏମଆଇ ଭରିବାକୁ ପଡ଼ିବ । ସେପ୍ଟେମ୍ବରରେ ଇଏମ୍ ଆଇ ନଭରିଲେ ଗ୍ରାହକଙ୍କ କ୍ରେଡିଟ୍ ସ୍କୋର ଉପରେ ପ୍ରଭାବ ପଡ଼ିବନି । ପୂର୍ବରୁ ଯେଉଁ ଗ୍ରାହକମାନେ ଛଅ ମାସର ଅଧିସ୍ତଗିତ ସୁବିଧା ପାଇଥିଲେ , ସେମାନଙ୍କ କ୍ରେଡିଟ ସ୍କୋର ଉପରେ କୌଣସି ପ୍ରଭାବ ପଡ଼ିବ ନାହିଁ । ଆରବିଆଇର “କେବି କାମତ ସମିତି’ ଧାର ମାନକ ସ୍ଥିର କରିବା ଉପରେ କାର୍ଯ୍ୟ କରୁଛନ୍ତି । ଯେଉଁ ଧାରକମାନଙ୍କର ଖାତା ମାର୍ଚ୍ଚ ୨୦୨୦ ପର୍ଯ୍ୟନ୍ତ ଏନପିଏ ହୋଇନାହିଁ, ଏବଂ ୩୦ ଦିନରୁ ଅଧିକ ଡିଫଲ୍ଟ ହୋଇନାହିଁ, ସେହି ଖାତାଗୁଡ଼ିକୁ ପୁର୍ନଗଠନର ଅନୁମତି ଦିଆଯିବ । ସୁଧ ଦର ଅନୁପାତ ଓ କର୍ପୋରେଟ ଧାରକୁ ସର୍ତ ସହିତ ଅନ୍ୟ ସୁପାରିଶଗୁଡ଼ିକୁ ୬ ସେପ୍ଟେମ୍ବର ଯାଏ ଜଣାଇ ଦିଆଯିବ ।
ଲୋନ ଷ୍ଟ୍ରକ୍ଚର ସ୍କିମ୍ ଅନୁସ।ରେ ବ୍ୟାଙ୍କ୍ ନିଜର ଗ୍ରାହକଙ୍କ ଲୋନ୍ର ରିପେମେଣ୍ଟ ସିଡ୍ୟୁଲ ପରିବର୍ତ୍ତନ କରିପାରିବ । ଏହା ଅନୁସାରେ ସେ ଲୋକମାନଙ୍କ ଲୋନ୍ ଅବଧି ବୃଦ୍ଧି କରିବା ସହ ପେମେଣ୍ଟ ହଲିଡେ ମଧ୍ୟ ପ୍ରଦାନ କରିପାରିବେ । ଲୋନ୍ ରିଷ୍ଟ୍ରକ୍ଚରିଙ୍ଗ ସ୍କିମରେ ଆପଣଙ୍କ ଗୃହ, କାର ଓ ବ୍ୟକ୍ତିଗତ ଲୋନ ନେଇପାରିବାର ସୁବିଧା ଉପଲବ୍ଧ ଅଛି । ୨୦୦୮ ମସିହା ପରେ ବିତ୍ତୀୟ ସଙ୍କଟ ପରେ ପ୍ରଥମ ଥର ଏହି ସୁବିଧା ଘୋଷଣା ହୋଇଛି । ଏହି ସ୍କିମର ଲାଭ ଉଠାଉଥିବା ଧାରକଙ୍କର ଋଣ ଏନପିଏ ହେବ ନାହିଁ । ଆପଣଙ୍କ ଇଏମଆଇ କମ୍ ହୋଇପାରିବ ଓ ଆପଣଙ୍କ ଲୋନ ସମୟସୀମା ବଢ଼ିପାରିବ । ଆରବିଆଇ ଅନୁସାରେ ଗ୍ରାହକଙ୍କୁ ଡିସେମ୍ବର ଯାଏ ସମୟ ଦିଆଯାଇଛି । ବ୍ୟାଙ୍କଗୁଡ଼ିକୁ ଡିସେମ୍ବର ଯାଏ ଏହି ଲୋନ୍ ରିଷ୍ଟ୍ରକଚରିଂ କରିବାକୁ କୁହାଯାଇଛି ।



Visitors Today : 4
Total Visitors : 130173
Total Views : 9891620
Visitors Online Now : 0