ଭୁବନେଶ୍ୱର : ମହାନଦୀ ଉପର ମୁଣ୍ଡରେ ବର୍ଷା ନାହିଁ। ଗତକାଲି ହୀରାକୁଦକୁ ୯ ଲକ୍ଷ ୧୨ ହଜାର ଘନଫୁଟ ଜଳ ପ୍ରବେଶ କରୁଥିଲା । ତେବେ ଗତକାଲି ୪୬ଗେଟ ଖୋଲାଥିଲା କିନ୍ତୁ ଏବେ ୫ ଲକ୍ଷ କୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ୬ ଲକ୍ଷ କୁସେକ ଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ହୀରାକୁଦ ୩୬ଟି ଗେଟ ମାଧ୍ୟମରେ ବନ୍ୟାଜଳ ନିଷ୍କାସିତ ହେଉଛି।
ସେହିପରି ମୁଣ୍ଡଳୀରେ ୧୦ ଲକ୍ଷ ୨୦ ହଜାର କୁସେକ ଜଳ ପ୍ରବାହିତ ହେଉଛି । ଦିନ ୨ ଟା ପର୍ୟ୍ୟନ୍ତ ଏମିତି ଚାଲିବ , ଏହା ପରେ ପାଣିର ସ୍ତର ଧୀରେ ଧୀରେ କମିବ। ତେବେ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୩୬ଟି ଘାଇ ହୋଇଛି। ବହୁତ ଘାଇ ହୋଇଥାନ୍ତା। କିନ୍ତୁ ଅନୁଭୂତି ସମ୍ପନ୍ନ ଅଫିସରଙ୍କ ପ୍ରଚେଷ୍ଟା ଯୋଗୁ ଏହା ହୋଇନି, ଯାହା ଦ୍ୱାରା ବଡ଼ ବିପତ୍ତିରୁ ଆମେ ରଖାପାଇଛୁ । ପ୍ରତି ଜାଗାରେ ଫ୍ଲଡ଼ ଫାଇଟିଂ ମ୍ୟାଟେରିଆଲ ରହିଛି। ମହାନଦୀ ସିଷ୍ଟମରେ ୫ ଟି ଘାଇ ହୋଇଥିବା ବେଳେ ତଳମୁଣ୍ଡରେ ଦେବୀ, ଦୟା ,ଭାର୍ଗବୀ ,କୁସଭଦ୍ରାରେ ପାଣି ଚାଲୁଛି । ବହୁ ନଦୀରେ ପାଣି ବିପଦ ସଂକେତ ଉପରେ ରହିଛି । ବାମ ପଟରେ କଟକ, ଜଗତସିଂହପୁର, କେନ୍ଦ୍ରାପଡାକୁ ପାଣି ଯାଉଛି । ପାଣି ନିଷ୍କାସନ ହେବାକୁ ୪ ଦିନ ସମୟ ଲାଗିବ। ଆଜି ୧୦ଟି ଘଳିଆ ମାରିଛନ୍ତି ଅଧିକାରୀ ମାନେ । ଦୟା ଓ କେନ୍ଦ୍ରାପଡାରେ ଘଳିଆ ମରାଯାଇଛି।
ବର୍ତ୍ତମାନ ହୀରକୁଦର ଜଳସ୍ତର ୬୨୭.୧୨ ଫୁଟ ରହିଛି। ବୈତରଣୀରେ ଅଧିକ ଜଳ ଆସିଥିଲା। ରେଙ୍ଗାଳୀର ସବୁ ଗେଟ ବନ୍ଦ ରହିଛି । ସମୁଦ୍ରକୁ ନିଷ୍କାସନ ହେବାକୁ କଲି ସମସ୍ୟା ହେଲା। ଡିନାମାଇଟ ପ୍ରସଙ୍ଗରେ ଏଫ ଆଇ ଆର ଦିଆଯାଇଛି। ଏନେଇ ଜଳସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0