ମୁମ୍ବାଇ: ଦେଶର ନମ୍ବର ୱାନ ଧନୀ ମୁକେଶ ଅମ୍ବାନି ବିଗ୍ ବଜାରକୁ କିଣିଛନ୍ତି । ମୁକେଶ ବିଗ୍ ବଜାରରେ ଥିବା ଫ୍ୟୁଚର୍ ଗ୍ରୁପର ରିଟେଲ, ହୋଲସେଲ, ଲଜିଷ୍ଟିକ୍ ଓ ଓୟାରହାଉସ୍ କରାବାରକୁ ୨୪,୭୧୩ କୋଟି ଟଙ୍କାରେ କିଣିଥିବା ତାଙ୍କ କମ୍ପାନୀ ତରଫରୁ ଘୋଷଣା କରାଯାଇଛି । ଖୁଚୁରା ଶିଳ୍ପର ସମ୍ରାଟ କିଶୋର ବିୟାନି ଏହି ବ୍ୟବସାୟ ପ୍ରତିଷ୍ଠା କରିଥିଲେ ।
ସମଗ୍ର ଦେଶରେ ବିଗ୍ ବଜାରରେ ୨୯୫ଟି ଷ୍ଟୋର ରହିଛି । ଫୁ୍ୟଚର ଗ୍ରୁପର ୧୬୫୦ ରୁ ଅଧିକ ଷ୍ଟୋର ରହିଥିବା ବେଳେ ହଜାର ହଜାର ଲୋକ କାମ କରନ୍ତି । ସୂଚନା ମୁତାବକ ପୂର୍ବରୁ ଋଣ ଭାରରେ ବୁଡି ରହିଥିବା ଫୁ୍ୟଚର ଗ୍ରୁପର ଆର୍ଥିକ ଅବସ୍ଥାକୁ କରୋନା ଆହୁରି ଦୁର୍ବଳ କରିଦେଇଥିଲା । ଫଳରେ କମ୍ପାନୀ ବୁଡିଯିବାର ଆଶଙ୍କା ରହିଥିବା ବେଳେ କର୍ମଚାରୀମାନେ ନିଜ ନିଜର ଚାକିରି ହରାଇବା ପାଇଁ ଚିନ୍ତାରେ ରହିଥିଲେ । ମାତ୍ର ରିଲାଏନ୍ସ ରିଟେଲର ନିବେଶ କମ୍ପାନୀକୁ ଏହି ଦୁର୍ଦ୍ଦିନରୁ ରକ୍ଷା କରିଛି । ମୁକେଶ ଅମ୍ବାନି ଓ କିଶୋର ବିୟାନି ଙ୍କ ଏହି ଚୁକ୍ତି ପରେ ସମସ୍ତଙ୍କର ଚାକିରି ସୁରକ୍ଷିତ ଅଛି ।



Visitors Today : 2
Total Visitors : 130171
Total Views : 9891617
Visitors Online Now : 0