ଅନେକ ପ୍ରକାରର ଫଳ ଏବଂ ପରିବାର ଚୋପା ବହୁତ ସ୍ୱାସ୍ଥ୍ୟକର ହୋଇଥାଏ । ଯେମିତିକି କାକୁଡ଼ିର ଚୋପା । ଏମିତି ଅନେକ ପରିବା ଓ ଫଳ ଅଛି ଯାହାର ଉପକାରିତା ବିଷୟରେ ଆମେ କ୍ୱଚିତ୍ ଜାଣିଛେ । ଏଇ ଯେମିତି ପିଆଜ ଚୋପା । ଆଶ୍ଚର୍ଯ୍ୟ ଲାଗୁଛି ନା । ଡଷ୍ଟବିନରେ ପିଙ୍ଗା ଯାଉଥିବା ପିଆଜ ଚୋପାରେ ପୁଣି ଉପଚାର ! ଚାଲନ୍ତୁ ଜାଣିବା ।

ଡେଙ୍ଗୁ ଭଳି ଘାତକ ରୋଗରୁ ବଞ୍ଚିବା ପାଇଁ ଏହାକୁ ବ୍ୟାପିବାରେ ସାହାଯ୍ୟ କରୁଥିବା ମଶା ଦାଉରୁ ପ୍ରଥମେ ରକ୍ଷା ପାଇବାକୁ ପଡ଼ିବ । ଏଥିପାଇଁ ପିଆଜ ଚୋପା ବହୁତ ଉପକାରୀ । ପୋକଜୋକଙ୍କ ଦାଉରୁ ରକ୍ଷା ପାଇବା ନିମନ୍ତେ ଏହା ଫିନାଇଲର କାର୍ଯ୍ୟ କରିଥାଏ । ଏଥିପାଇଁ ପୁରା ରାତି ଗୋଟିଏ ପାତ୍ରରେ କିଛି ପାଣି ନେଇ ସେଥିରେ କିଛି ପିଆଜ ଚୋପା ପକାଇ ରଖିଦିଅନ୍ତୁ । ପରଦିନ ସକାଳୁ ସେହି ପାଣିକୁ ଘରର କବାଟ ଓ ଝରକାରେ ଛିଞ୍ଚି ଦିଅନ୍ତୁ । ଏହି ପାଣିର ବାସ୍ନା ବହୁତ ରାଗ ହୋଇଥିବାରୁ ପୋକ ଓ ମଶା ପାଖକୁ ଆସିବେନି । ବିଶେଷ କରି ଡେଙ୍ଗୁ ମଶାକୁ ଦୂର କରିବା ପାଇଁ ଏହା ବେଶ ଉପକାରୀ ।



Visitors Today : 1
Total Visitors : 130167
Total Views : 9891612
Visitors Online Now : 1