କେରଳବାସୀଙ୍କ ପ୍ରମୁଖ ପର୍ବ ଓନମ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ । ଓନମ ଆମର ସମୃଦ୍ଧ ସଂସ୍କୃତି ଐତିହ୍ୟର ପ୍ରତୀକ ବୋଲି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଥିବାବେଳେ ଏହାକୁ ଅନନ୍ୟ ପର୍ବ କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ପର୍ବକୁ କେରଳବାସୀ ନବ ବର୍ଷ ରୂପେ ପାଳନ କରିଥାନ୍ତି ।ରାଷ୍ଟ୍ରପତି ରାମନାଥ କୋବିନ୍ଦ ଟ୍ବିଟ କରି ଲେଖିଛନ୍ତି, ସମସ୍ତଙ୍କୁ ଓନମ ଶୁଭେଚ୍ଛା ! ଓନମ ଆମର ସମୃଦ୍ଧ ସଂସ୍କୃତି ଐତିହ୍ୟର ପ୍ରତୀକ ଏବଂ ନୂତନ ଫସଲ ଆସିବା ଥିବାରୁ ସମସ୍ତେ ପ୍ରକୃତି ମାତାକୁ କୃତଜ୍ଞତା ଜଣାଇବା। ସମାଜର ଦୁର୍ବଳ ଶ୍ରେଣୀ ବ୍ୟକ୍ତିଙ୍କୁ ସାହାଯ୍ୟ କରନ୍ତୁ ଏବଂ କୋଭିଡ ନିୟମ ନିୟମ ପାଳିବାକୁ ରାମନାଥ କହିଛନ୍ତି ।ସେହିପରି ପ୍ରଧାନମନ୍ତ୍ରୀ ମଧ୍ୟ ଟ୍ବିଟ କରି ଶୁଭେଚ୍ଛା ଜଣାଇଛନ୍ତି, ଏହା ଏକ ଅନନ୍ୟ ପର୍ବ, ଯାହା ସମନ୍ୱୟ ରକ୍ଷା କରିଥାଏ। ଏହା ମଧ୍ୟ ଆମର ପରିଶ୍ରମୀ କୃଷକମାନଙ୍କୁ କୃତଜ୍ଞତା ଜଣାଇବା ପାଇଁ ଏକ ସୁଯୋଗ ଅଟେ। ସମସ୍ତେ ଆନନ୍ଦ ଏବଂ ଉତ୍ତମ ସୁସ୍ଥ ମିଳୁ ବୋଲି ମୋଦି କହିଛନ୍ତି । ରବିବାର ସେ ’ମନ କି ବାତ’ କାର୍ଯ୍ୟକ୍ରମରେ ଏହି ପର୍ବ ବିଷୟରେ କହିଥିଲେ । ଯାହାର ଏକ ଭିଡିଓ ସେ ଟ୍ବିଟର ମଧ୍ୟ ସେୟାର କରିଛନ୍ତି । ସେ ଏହି କ୍ଲିପ୍ରେ ସେ କହିଛନ୍ତି, “ଆଜିକାଲି ଓନମ ପର୍ବ ଉତ୍ସାହର ସହିତ ପାଳନ କରାଯାଉଛି। ଏହି ପର୍ବ ଚିଙ୍ଗାମ ମାସରେ ଆସିଥାଏ। ଲୋକମାନେ କିଛି ନୂଆ କିଣନ୍ତି, ଘର ସଜାନ୍ତି ଏବଂ ପୁକୁଲାମ ପ୍ରସ୍ତୁତ କରନ୍ତି। ଏହି ପର୍ବକୁ ଭରପୁର ମଜା ନେଇଥାନ୍ତି ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0