ଭାରତରେ କରୋନା ପରିସ୍ଥିତି ଏବେ ଉଦ୍ବେଗଜନକ ରହିଛି । ଏପରି ଜଟିଳ ପରିସ୍ଥିତିରେ ରେଳ କର୍ମଚାରୀମାନେ ସହାୟତାର ହାତ ବଢ଼ାଇଛନ୍ତି । ଗୁଜୁରାଟ ପଶ୍ଚିମ ରେଲୱେ ଭାବାନଗର ଡ଼ିଭିଜନର କର୍ମଚାରୀ ମାନେ ପିଏମ କେୟାର ଫଣ୍ଡକୁ ୭୫ ଲକ୍ଷ ଟଙ୍କା ଦାନ କରିଛନ୍ତି । କର୍ମଚାରୀମାନେ ଚାନ୍ଦା କରି ଏହି ଧନରାଶି ଯୋଗାଡ଼ କରିଛନ୍ତି । ଏନେଇ ରେଳ ମଣ୍ଡଳ ପ୍ରବନ୍ଧକ ପ୍ରତୀକ ଗୋସ୍ୱାମୀ ସୂଚନା ଦେଇଛନ୍ତି । ସମସ୍ତ ଟଙ୍କା ପିଏମ୍ ଫଣ୍ଡକୁ ପଠାଇ ଦିଆଯାଇଛି । କରୋନା ପାଇଁ ଲକଡାଉନ ଚାଲିଥିବାରୁ ଅନ୍ୟ ଦିନମାନଙ୍କରେ ହୋଇପାରୁନଥିବା ରେଳବାଇ କାମ କରିଥିଲେ । ଟ୍ରାକ ମରାମତି କରିବା ସହ ସିଗନାଲ, ସୁରକ୍ଷା ଓ ଅନ୍ୟ ରକ୍ଷଣାବେକ୍ଷଣ କାମ କରିଥିଲେ । ରେଳବାଇ ସ୍ମୃତିକୁ ସାଇତି ରଖିବା ଲାଗି କର୍ମଚାରୀଙ୍କ ଏକ ସଂଗ୍ରହାଳୟ ମଧ୍ୟ କରାଯାଇଛି ।



Visitors Today : 6
Total Visitors : 130175
Total Views : 9891622
Visitors Online Now : 0