spot_img

କରୋନା ପଜିଟିଭ ଚିହ୍ନଟ ହେଲେ ମନ୍ତ୍ରୀ ଅରୁଣ ସାହୁ

ଭୁବନେଶ୍ୱର: ରାଜ୍ୟ କୃଷି, ପଶୁସଂପଦ,ମତ୍ସ୍ୟଚାଷ ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ ସାହୁ କରୋନା ସଂକ୍ରମିତ ହୋଇଛନ୍ତି । ଏ ସମ୍ପର୍କରେ ସେ ନିଜେ ଟ୍ୱିଟ କରି ସୂଚନା ଦେଇଛନ୍ତି । ସଂକ୍ରମିତ ଜଣାପଡ଼ିବା ପରେ ସେ ଏବେ ଘରେ ଏକାନ୍ତ ବାସରେ ରହିଛନ୍ତି ଓ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଗତକିଛି ଦିନ ଧରି ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନେ ସେମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇନେବାକୁ ସେ ଅନୁରେଧ କରିଛନ୍ତି ।

ଗତକାଲି ପୂର୍ବତନ ମନ୍ତ୍ରୀ ତଥା ବିଜେଡ଼ି ବିଧାୟକ ଦେବୀ ମିଶ୍ର କରୋନା ପଜିଟିଭ ଥିବା ଜଣାପଡ଼ିଥିଲା । ଏହା ପରେ ସେ ଘରେ ଏକାନ୍ତବାସରେ ରହିଛନ୍ତି । ସେହିପରି ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ମଧ୍ୟ କରୋନା ସଂକ୍ରମିତ ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular