() ପ୍ରବାଦ ପୁରୁଷ ବିଜୁଙ୍କ ଜୀବନୀ ଗ୍ରନ୍ଥ ‘ଟଲ୍ ମ୍ୟାଦନ’ର ଲୋକାର୍ପଣ ସମୟରେ ଉପସ୍ଥିତ ଥିଲେ ପୂର୍ବତନ ରାଷ୍ଟ୍ରପତି ତଥା ଭାରତୀୟ ରାଜନୀତିର ଭୀଷ୍ମ ପିତାମହ ପ୍ରଣବ ମୁଖାର୍ଜ୍ଜୀ । ୨୦୧୮ ଜାନୁଆରିରେ ଭୁବନେଶ୍ବର ଆସି ‘ଟଲ୍ ମ୍ୟାଉନ’ ପୁସ୍ତକ ଲୋକାର୍ପଣ କରିଥିଲେ ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜ୍ଜୀ ।

ଏହି ସମୟରେ ସେ କହିଥିଲେ, ‘ମୋ ପରି ଜଣେ ‘ସର୍ଟ ମ୍ୟାନ୍’ ବିଜୁ ବାବୁଙ୍କ ପରି ‘ଟଲ୍ ମ୍ୟାନ୍’ଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ଏକ ନିଆରା ଅନୁଭବ। ସେ କେବଳ ବିଜୁଙ୍କୁ ନୁହେଁ, ଓଡ଼ିଶାକୁ ବି ଭଲ ପାଉଥିଲେ। ସେ ଓଡ଼ିଶା ଗସ୍ତରେ ଆସୁଥିବା ସମୟରେ ସେ ପ୍ରାୟତଃ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରୁଥିଲେ। ଏହା ସହ ମହାବାତ୍ୟା ପରେ ପ୍ରଣବ ମୁଖାର୍ଜ୍ଜୀ ଓଡ଼ିଶାର ପ୍ରଭାବିତ ଅଂଚଳରେ ବେଶ କିଛି ଦିନ ରହି ବାତ୍ୟା ପ୍ରଭାବିତଙ୍କ ଲାଗି କାର୍ୟ୍ୟ କରିଥିଲେ ।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0