spot_img

ଶେଷରେ ତହସିଲଦାରଙ୍କ ସାମ୍ନାରେ ପିଇଲେ ବିଷ

ଭଦ୍ରକ ; ତହସିଲଦାରଙ୍କ ସାମ୍ନାରେ ପିଇଲେ ବିଷ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ତିହିଡି ତହସିଲ ଅନ୍ତର୍ଗତ ଅଚକ ଗ୍ରାମ ପଞ୍ଚାୟତ ଅଧୀନ ନନ୍ଦପୁର ଗ୍ରାମରେ । ସୂଚନା ଯୋଗ୍ୟ ଦୀର୍ଘ ଏକ ମାସ ହେବ ଗୃହବନ୍ଦୀ ଅବସ୍ଥାରେ ଅଛନ୍ତି ୩ ପରିବାର । ତେବେ ଏହି ଘଟଣାରେ ନ୍ୟାୟ ପାଇବା ଆଶାରେ ୩ ପରିବାର ବାରମ୍ବାର ଅଭିଯୋଗ କରିଥିଲେ, କିନ୍ତୁ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ତେବେ ସ୍ଥାନୀୟ ପ୍ରଶାସନ ସେମାନଙ୍କ କଥା ଶୁଣି ନଥିଲେ। ଏ ନେଇ ତହସିଲଦାରଙ୍କ ସମ୍ମୁଖରେ ୨ ଯୁବକ ବିଷ ବିଇ ଦେଇଥିଲେ। ଗୁରୁତର ଅବସ୍ଥାରେରେ ଦୁହିଁଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

LEAVE A REPLY

Please enter your comment!
Please enter your name here

- Advertisment -

Most Popular