ଭୁବନେଶ୍ୱର : ସେପ୍ଟେମ୍ବର ପାଇଁ ରାଜ୍ୟ ସରକାର ଅନଲକ୍ -୪ ଗାଇଡ୍ ଲାଇନ୍ ଜାରି କରିଛନ୍ତି । ମୋଟାମୋଟି ଭାବେ କୋଭିଡ୍ କଟକଣା କୋହଳ କରିଛନ୍ତି ରାଜ୍ୟ ସରକାର । ଆସନ୍ତାକାଲିଠାରୁ ରାଜ୍ୟ ଭିତରେ ଏବଂ ରାଜ୍ୟ ବାହାରକୁ ଏବେ ବସ୍ ଚଳାଚଳରେ କଟକଣା ନାହିଁ । ଏହା ସହ ରାତ୍ରିକାଳିନ କର୍ଫ୍ୟୁକୁ ହଟାଇ ଦେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହା ସହ ଦୋକାନ ବଜାର ଖୋଲିଲେ ବି ମାସ୍କ, ସୋସିଆଲ ଡିଷ୍ଟାନ୍ସିଂ ଭଳି କୋଭିଡ୍ ଗାଇଡଲାଇନ୍ ବଳବତ୍ତର ରହିବ । ତେବେ ସପ୍ତାହ ଶେଷରେ ଦୁଇଦିନିଆ ସଟଡାଉନ୍ ଏବେ ହଟିଛି । କିନ୍ତୁ କେବଳ ଶନିବାର ସରକାରୀ ଅଫିସ ବନ୍ଦ ରହିବ । ଅନ୍ୟପକ୍ଷରେ ୫୦ ପ୍ରତିଶତ କର୍ମଚାରୀରେ ଅଫିସ୍ ଚାଲିବ । ପୂର୍ବ ନିଷ୍ପତ୍ତି ଅନୁଯାୟୀ ପୂଜାଛୁଟି ପର୍ୟ୍ୟନ୍ତ ସ୍କୁଲ-କଲେଜ ବନ୍ଦ ରହିବ । ରାଜ୍ୟ ସରକାରଙ୍କ ଗାଇଡଲାଇନ୍ ଅନୁସାରେ, ୩୦ ସେପ୍ଟେମ୍ବର ପର୍ୟ୍ୟନ୍ତ ବିଭିନ୍ନ ଧାର୍ମିକ ସ୍ଥଳ, ସର୍ବସାଧାରଣ ପୂଜାସ୍ଥଳୀ ବନ୍ଦ ରହିବ । ଗୃହ ମନ୍ତ୍ରାଳୟଙ୍କ ଅନୁମତି ପ୍ରାପ୍ତ ବ୍ୟତିରେକ ଆନ୍ତର୍ଜାତୀୟ ବିମାନ ଉଡାଣ ବନ୍ଦ ରହିବ । ସିନେମା ହଲ୍, ସ୍ୱିମିଂ ପୁଲ୍, ଆମୋଦପ୍ରମୋଦ ଯୁକ୍ତ ଅଟାଳକା, ଥିଏଟର୍ ଅଡିଟୋରିୟମ, ଆସେମ୍ବଲୀ ହଲସ୍, ବିଭିନ୍ନ ବୈଠକ ଗୃହ ଇତ୍ୟାଦି ବନ୍ଦ ରହିବ । ତେବେ ଖୋଲା ଏୟାର ଥିଏଟର୍ସ ଭଳି ସମାନ ସ୍ଥାନ ୨୧ ସେପ୍ଟେମ୍ବର ପରେ ଖୋଲାଯିବାକୁ ଅନୁମତି ରହିଛି । ବହୁ ଲୋକଙ୍କ ସମାଗମ ହେଉଥିବା ସାମାଜିକ, ରାଜନୈତିକ କ୍ରୀଡା ଭିତ୍ତିକ, ଶୈକ୍ଷିକ କାର୍ୟ୍ୟକ୍ରମ, ସାସ୍କୃତିକ ଧାର୍ମିକ ଉତ୍ସବ ଇତ୍ୟାଦିକୁ ଅନୁମତି ନାହିଁ ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0