ଭୁବନେଶ୍ବର: ରାଜ୍ୟରେ ଆସନ୍ତାକାଲି ଠାରୁ ମଦ ଦୋକାନ କାଉଣ୍ଟରରେ ବିଦେଶୀ ମଦ ଓ ବିୟର ମିଳିବ ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ଆଜି ଏକ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି। ଲକଡାଉନ ଆରମ୍ଭରୁ ମଦ ବିକ୍ରୀ ଉପରେ କଟକଣା ଲଗାଯାଇଥିଲା । ଏହାପରେ ମେ ତୃତୀୟ ସପ୍ତାହରେ ଅନଲାଇନରେ ମଦବିକ୍ରୀ ପାଇଁ ଓଡିଶା ସରକାର ଅନୁମତି ଦେଇଥିଲେ । ଏଥିରେ କୁହାଯାଇଛି ଯେ ସକାଳ ୭ଟାରୁ ସଂଧ୍ୟା ୬ଟା ପର୍ୟ୍ୟନ୍ତ ମଦ ଦୋକାନ ଖୋଲା ରହିବ ଏବଂ ଏହି ସମୟରେ ଗ୍ରାହକମାନେ ଦୋକାନ କାଉଣ୍ଟରରେ ଲାଇନରେ ଛିଡ଼ା ହୋଇ ମଦ କିଣିପାରିବେ। ଏହାଛଡ଼ା ପୂର୍ବଭଳି ହୋମ୍ ଡେଲିଭରି ବ୍ୟବସ୍ଥା ଜାରି ରହିବ ବୋଲି ମଧ୍ୟ ସୂଚନା ଦିଆଯାଇଛି। କଟକଣା ଭିତରେ ମଦ ବିକ୍ରୀ ପାଇଁ ଅନୁମତି ଦିଆଯାଇଛି । ନିୟମ ଭାଙ୍ଗିଲେ ଜିଲ୍ଲାପାଳ ମଦ ଦୋକାନ ସିଲ ଆଦେଶ ଦେଇପାରିବେ ।
ଆବଶ୍ୟକ ପଡିଲେ ଭିଡ ନିୟନ୍ତ୍ରଣ ପାଇଁ ବ୍ୟାରିକେଡ କରାଯିବାର ବନ୍ଦୋବସ୍ତ କରାଯିବ ବୋଲି ବି କୁହାଯାଇଛି। । ଦୋକାନୀ ଚାହିଁଲେ କାଉଣ୍ଟରରେ ଅଧିକ କର୍ମଚାରୀ ନିୟୋଜିତ କରିପାରିବେ । ‘ଅନ୍’ ସପ୍ ଗୁଡିକ ‘ଅଫ’ ସପ୍ ଭାବେ ବିକ୍ରି କରିପାରିବେ । ଏହାଫଳରେ ଅଧିକ କାଉଣ୍ଟରରେ ମଦ ବିକ୍ରି ହୋଇପାରିବ ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0