spot_img

ଭାରତ ସରକାରଙ୍କ ନିର୍ଦ୍ଦେଶ ପରେ ଗୁଗୁଲ ପ୍ଲେ-ଷ୍ଟୋରରୁ ହଟିଲା ଟିକଟକ୍

ଚାଇନା ଆପ୍ ଟିକଟକକୁ ବ୍ୟାନ୍ କରିଛି ଭାରତ । ତଥ୍ୟ ଚୋରି ଅଭିଯୋଗ କାରଣରୁ ଟିକ୍ଟକ୍ ସମେତ ୫୯ ଟି ଆପ୍ଲିକେସନ୍କୁ ବ୍ୟାନ୍ କରାଯାଇଛି । ଟିକଟକ୍ ଭାରତ ମୁଖ୍ୟ ନିଖିଲ ଗାନ୍ଧୀ କହିଛନ୍ତି ଯେ, ଏନେଇ ସରକାରୀ ଅଧିକାରୀଙ୍କ ସହ କମ୍ପାନୀ ଆଲୋଚନା କରିବ । ଏହାସହ ନିଜ ପକ୍ଷ ରଖିବ କମ୍ପାନୀ ।ଏହାରି ଭିତରେ ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଟିକ୍ଟକ୍ ଭାରତ ସରକାରଙ୍କ ସବୁ ନିୟମ ମାନିଛି ଏବଂ ବ୍ୟବହାରକାରୀଙ୍କ ଗୋପନିୟତାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ଏପରିକି ଚୀନ୍ ସରକାରଙ୍କୁ ନିକଟରେ କୌଣସି ବ୍ୟବହାରକରୀଙ୍କ ଡାଟାକୁ ଲିକ୍ କରାଯାଇନାହିଁ ବୋଲି ଟିକ୍ଟକ୍ ପକ୍ଷରୁ କୁହାଯାଇଛି । ସରକାରଙ୍କ ନିର୍ଦ୍ଦେଶ ପରେ ଗୁଗଲ ପ୍ଲେ ଷ୍ଟୋରରୁ ଟିକ୍ଟକ୍ ଆପକୁ ହଟାଇ ଦିଆଯାଇଛି । ଏହାସହ ଗୁଗଲ ପ୍ଲେ ଷ୍ଟୋରରୁ କ୍ଲବ ଫ୍ୟାକ୍ଟ୍ରି, ସେୟାରଇଟ୍, ଲାଇକ, ଏମଆଇ ଭିଡିଓ କଲ୍, ୱେବୋ, ବାଇଡୁ ଓ ବିଗୋ ଭଳି ଚୀନ୍ ଆପକୁ ମଧ୍ୟ ହଟାଇଦିଆଯାଇଛି ।ଚୀନ ବିରୋଧରେ ଭାରତର ଡିଜିଟାଲ ଏୟାରଷ୍ଟ୍ରାଇକ। ଏବେ ବ୍ୟାନ ହେବା ପରେ ଟିକକର ବିକଳ୍ପ ଭାବେ ଚିଙ୍ଗାରୀକୁ ବିବେଚନା କରାଯାଉଛି । ଚିଙ୍ଗାରି । ଗୁଗୁଲ ପ୍ଲେ ଷ୍ଟୋରରେ ଡାଉନଲୋଡ୍ କରିହେଉଥିବା ଏହି ଆପ୍ଲିକେସନ୍ ଏବେ ଭାରତୀୟଙ୍କ ପସନ୍ଦ ପାଲଟିଛି । ଆଉ ଡିଜିଟାଲ୍ ଏଂଟରଟେନମେଂଟ କ୍ଷେତ୍ରରେ ଏହି ଆପ୍ ଏବେ ଚହଳ ସୃଷ୍ଟି କରିଛି । ଓଡିଶା, ଛତିଶଗଡ ଏବଂ କର୍ଣ୍ଣାଟକର ତିିନି ଜଣ ଆଇଟି ପ୍ରଫେସନାଲ ଏହି ଆପକୁ ପ୍ରସ୍ତୁତ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular