spot_img

ଲଦାଖ ବର୍ଡ଼ରରେ ଉଭୟ ଦେଶର ଟ୍ୟାଙ୍କ ମୁତୟନ

ଭାରତ- ଚୀନ ବର୍ଡ଼ରରେ ଲଗାତାର ସ୍ଥିତି ଖରାପ ହେବାରେ ଲାଗିଛି । ଅଗଷ୍ଟ ୩୦ରେ ପୈଙ୍ଗୋଙ୍ଗ ଇଲାକାରେ ହୋଇଥିବା ଅନୁପ୍ରବେଶ ଘଟଣା ପରେ କଥାବାର୍ତ୍ତା ଜାରି ରହିଛି । କିନ୍ତୁ ଏ ଭିତରେ ଦୁଇ ଦେଶ ସୀମାରେ ନିଜ ସୈନ୍ୟ ମୁତୟନ କରିସାରିଛନ୍ତି । ଦୁଇ ପକ୍ଷ ସୀମାରେ ନିଜ ନିଜର ଟ୍ୟାଙ୍କ ମୁତୟନ କରିସାରିଛନ୍ତି । ଚୀନର ଟ୍ୟାଙ୍କ ଓ ସେନାବାହିନୀ ପୈଙ୍ଗୋଙ୍ଗ ଇଲାକାର କାଲଶ ଟପ ମାଉଣ୍ଟେନ କ୍ଷେତ୍ରରେ ସଜାଗ ଅଛନ୍ତି । ଏହି ଇଲାକାକୁ ଭାରତୀୟ ସେନା ନିଜ ଅକ୍ତିଆରକୁ ନେଇସାରିଛି । କାଲା ଟପ ଲଢ଼ାଇ ଦିଗରୁ ଏକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ । କିନ୍ତୁ ଭାରତର ସ୍ପେଶାଲ ଫୋର୍ସ ଚୀନକୁ ଚକମା େ ଦଇ ଏହି କ୍ଷେତ୍ରକୁ ଅକ୍ତିଆର କରିବାରେ ସଫଳ ହୋଇଛି । ସେହି ଦୃଷ୍ଟିରୁ ଭାରତ ଚୁଶୁଲ ଓ ସ୍ପେଙ୍ଗୌର ଇଲାକାରେ ନିଜ ଟ୍ୟାଙ୍କ ମୁତୟନ କରିଛି । ଗତ ୨୯-୩୦ ରାତିରେ ହୋଇଥିବା ଘଟଣା କାରଣରୁ ଏବେ ସ୍ଥିତି ଭଲ ନାହିଁ । କିନ୍ତୁ ଏହି ସମସ୍ୟାର ସମାଧାନ କରିବା ଲାଗି ବ୍ରିଗେଡିଅର ସ୍ତରରେ କଥାବାର୍ତ୍ତା ଚାଲିଛି । କିନ୍ତୁ ସମାଧାନÿର କୌଣସି ସୂତ୍ର ସାମ୍ନାକୁ ଏପର୍ଯ୍ୟନ୍ତ ଆସିନାହିଁ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular