ମଧ୍ୟପ୍ରଦେଶ ଓ ଗୁଜୁରାଟ ସମେତ ସାତଟି ରାଜ୍ୟରେ ବନ୍ୟାର ବିଭୀଷିକା ଜାରି ରହିଛି । ମୂଷଳ ଧାରାରେ ବନ୍ୟା ହେବା କାରଣରୁ ନଦୀଗୁଡ଼ିକରେ ବନ୍ଦ ଭାଙ୍ଗିବା ପରି ସମସ୍ୟା ଦେଖାଦେଇଛି । ନଦୀର ବନ୍ଦ ଭାଙ୍ଗିବା ଆଶଙ୍କାରେ ବନ୍ଧର ଗେଟ୍ ଗଡ଼ିକ ଖୋଲିବାକୁ ପଡ଼ିଛି । ଯାହାଫଳରେ ଶତାଧିକ ଗାଁ ବନ୍ୟାଜଳ ଦ୍ୱାରା ପ୍ରଭାବିତ ହୋଇଛି । ଶତାଧିକ ଗାଁ ଟାପୁ ପରି ଦିଶୁଛି । ଗମନାଗମନ ବାଧାପ୍ରାପ୍ତ ହୋଇଛି । ସାଧାରଣତଃ ମୌସୁମୀ ଅଗଷ୍ଟ ପରେ ଲେଉଟି ଯାଇଥାଏ । କିନ୍ତୁ ଏହି ବର୍ଷ ଅଗଷ୍ଟ ମାସରେ ହିଁ ଦାଉ ସାଧିଛି ମୌସୁମୀ । ଦେଶର ସାତଟି ରାଜ୍ୟ ବନ୍ୟାର ବିଭୀଷିକା ସହ ଯୁଝୁଛି । ଏହି ବର୍ଷ ଅଗଷ୍ଟ ମାସର ବର୍ଷା ଗତ ୪୪ ବର୍ଷର ରେକର୍ଡ ଭାଙ୍ଗିଛି ।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0