କଟକ: ଆଜି ପୂର୍ବାହ୍ନ ସାଢେ ୧୧ଟା ବେଳେ ମୁଣ୍ଡଳୀରେ ଜଳସ୍ତର କମିଛି। ଏଠାରେ ଏବେ ୯ ଲକ୍ଷ ୭୯ ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ସୂଚନାଯୋଗ୍ୟ, ଗତକାଲି ରାତି ୯ଟା ବେଳକୁ ଏଠାରେ ୧୦ଲକ୍ଷ ୨୬ହଜାର କ୍ୟୁସେକ୍ ଜଳ ପ୍ରବାହିତ ହେଉଥିଲା। ଯେହେତୁ ବୁଧବାର ପୂର୍ଣ୍ଣିମା, ତେଣୁ ଆଶଙ୍କା ବଢୁଛି।କଟକ ଜିଲ୍ଲାର ବାଙ୍କୀ, ତିଗିରିଆ ସବୁଠି ସମାନ ସ୍ଥିତି। ପୂର୍ଣ୍ଣିମା, ତାର ପୂର୍ବ ଓ ପରଦିନ । ସମୁଦ୍ର ସାଧାରଣତଃ ଜୁଆରିଆ ରହିଥାଏ। ତେଣୁ ପାଣି ଟାଣେନି। ଏହାକୁ ନେଇ ଆଶଙ୍କା
ବଢୁଛି। ବାଙ୍କୀରେ ମହାନଦୀ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଥିବାବେଳେ ଗତକାଲି ସକାଳୁ ରାତି ପର୍ୟ୍ୟନ୍ତ ୮.୨ ମିଟର ଜଳସ୍ତର ରହିଥିଲା ।ଦୀର୍ଘଦିନ ଧରି ଜଳବନ୍ଦୀ ରହିବା କାରଣରୁ ତିରିଗିରିଆ ବ୍ଲକ୍, ବାଙ୍କୀ ଓ ଡମପଡା । ବ୍ଲକ୍ ସମେତ ୧୧ଟି ଗ୍ରାମର ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି। ଜିଲ୍ଲାର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ ହୋଇ ରହିଥିବାରୁ ଚାଷୀଙ୍କ ଦୁର୍ଦ୍ଦଶା ବଢୁଛି। ମୁଣ୍ଡଳୀର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ଅନନ୍ତ ଗୋପାଳ ପଟ୍ଟନାୟକଙ୍କ ସୂଚନା ଅନୁସାରେ ଜଳସ୍ତର ସ୍ଥିର ରହିଛି। କିନ୍ତୁ ଆଗକୁ ଆଉ ବୃଦ୍ଧି ହେବାର ସମ୍ଭାବନା ନାହିଁ।ଧୀରେ ଧୀରେ ଜଳସ୍ତର କମିବ ବୋଲି ସେ ସୂଚନା ଦେଇଥିଲେ।
ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ଜନିତ ସମସ୍ୟା ମୁକାବିଲା ନିମନ୍ତେ ଜିଲ୍ଳାପାଳ ଭବାନୀ ଶଙ୍କର ଚୟନୀ ଆଠଗଡ ଉପଖଣ୍ଡ ଓ ତିଗିରିଆ ଅଞ୍ଚଳ ପରିଦର୍ଶନ କରିବା ସହ ବିଭାଗୀୟ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଅତିରିକ୍ତ ଜିଲ୍ଲାପାଳ ବିଜୟ ଖଣ୍ଡାୟତରାୟ ମଧ୍ୟ ବାଙ୍କୀର ପ୍ରଭାବିତ ଅଂଚଳ ପରିଦର୍ଶନରେ କରି ସ୍ଥିତି ସମୀକ୍ଷା କରିଛନ୍ତି। ଜିଲ୍ଲାର ପ୍ରଭାବିତ ହୋଇଥିବା ୮ଟି ବ୍ଲକ୍ ବାଙ୍କୀ, ଡମପଡା, ତିଗିରିଆ, ନରସିଂପୁର, ବଡମ୍ବା, ନିଶ୍ଚିନ୍ତକୋଇଲି, ମାହାଙ୍ଗା, କଟକ ସଦର ଅଂଚଳ ପ୍ରଭାବିତ ହୋଇଛି। ୮ଟି ବ୍ଲକର ରାସ୍ତାମାନଙ୍କରେ ବନ୍ୟାଜଳ ମାଡିଯାଇ ଥିବାରୁ ଯାତାୟତ ସୁବିଧା ନିମନ୍ତେ ଆଉ ଦୁଇଟି ଅଧିକ ବୋଟ ସହ ମୋଟ ୧୪ଟି ବୋଟର ବ୍ୟବସ୍ଥା କରାଯାଇଛି।



Visitors Today : 5
Total Visitors : 130174
Total Views : 9891621
Visitors Online Now : 0