ନ୍ୟୁଜିଲ୍ୟାଣ୍ଡର ଅଲରାଉଣ୍ଡର ଜେମ୍ସ ନିଶମ ସୋସିଆଲ ମିଡ଼ିଆରେ ବହୁତ ଆକ୍ଟିଭ ରହିଥାଆନ୍ତି । ଆଇପିଏଲ ପଞ୍ଜାବରେ କେଲୁଥିବା ଏହି ଅଲରାଉଣ୍ଡର ପ୍ରଶଂସକମାନଙ୍କ ପ୍ରଶ୍ନର ଉତ୍ତର ଦେବାରେ ମାହିର । ନିଜର କଥା ମାଧ୍ୟମରେ ସେ ହୃଦୟ ଜିତିବାରେ ସମର୍ଥ ହୋଇଥାଆନ୍ତି । ନିକଟରେ ଏକ ପାକିସ୍ତାନୀ ପ୍ରଶଂସକଙ୍କ ପ୍ରଶ୍ନର୍ର ଉତ୍ତର ସେ ଏକ ମଜାଦାର ଢ଼ଙ୍ଗରେ ଦେଇଛନ୍ତି । ପିଏସଏଲ ବଦଳରେ ଆଇପିଏଲ କାହିଁକି ଖେଳୁଛନ୍ତି? କ’ଣ ଆଇପିଏଲ ଆପଣଙ୍କୁ ଅଧିକ ଲୋକପ୍ରିୟତା ଦେଉଛି । ତେଣୁ ଆପଣ ପିଏସଏଲ ଛାଡ଼ି ଆଇପିଏଲ ଖେଳୁଛନ୍ତି । ଯାହା ବାସ୍ତବରେ ନିରାଶାଜନକ ।
Or because PSL is in the middle of our home summer? https://t.co/kab4La5vlX
— Jimmy Neesham (@JimmyNeesh) August 31, 2020
ଫ୍ୟାନର ଏହି ପ୍ରଶ୍ନର ଉତ୍ତରରେ ସେ କିଛି ଏମିତି ଉତ୍ତର ଦେଇଛନ୍ତି । ସେ କହିଛନ୍ତି କି ପିଏସଏଲ ଆୟୋଜନ ସମୟରେ ସେମାନଙ୍କର ଘରୋଇ ମ୍ୟାଚ ଚାଲିଥାଏ । ଏହି ଉତ୍ତର ସେହି ପ୍ରଶଂସକଙ୍କ ମୁହଁ ବନ୍ଦ କରିଦେଇଥିଲା । ଏହି ଟ୍ୱିଟ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।



Visitors Today : 3
Total Visitors : 130169
Total Views : 9891615
Visitors Online Now : 0