spot_img

ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ରେ ମୁକ୍ତ ଗ୍ୟାସ ସିଲିଣ୍ଡର ପାଇବାର ଅବଧି ବଢିଲା

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା(PMUY) ଅର୍ନ୍ତଗତ ମୁକ୍ତ ଗ୍ୟାସ ସିଲିଣ୍ଡର ପାଇବାର ଶେଷ ସୁଯୋଗ ବଞ୍ଚିଛି । ୨୦୧୪ରେ ଲାଗୁ କରାଯାଇଥିବା ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ଅବଧି କେନ୍ଦ୍ର ସରକାର ଡ଼ିସେମ୍ବର ପର୍ଯ୍ୟନ୍ତ ବଢାଇଛନ୍ତି ଏବଂ ଏହି ମୁକ୍ତ ସିଲିଣ୍ଡର ପାଇବାର ଶେଷ ସୁଯୋଗ ବର୍ତ୍ତମାନ ବଞ୍ଚିଛି । ଆପଣ ଯଦି ଗରିବ ସୀମାରେଖା ତଳେ ଆସୁଛନ୍ତି ଏବଂ ଆପଣ ଏହି ଯୋଜନା ରୁ ଲାଭ ପାଇନାହାନ୍ତି, ତାହେଲେ ତୁରନ୍ତ ରେଜିଷ୍ଟେସନ କରି ଏହି ଯୋଜନାର ଲାଭ ପାଇପାରିବେ ।
କେନ୍ଦ୍ର ସରକାର ୨୦୧୬ ମସିହାରେରେ ଗରିବ ପରିବାରମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ଆରମ୍ଭ କରିଥିଲେ । ଏହି ଯୋଜନାରେ ସରକାର ଗରିବ ସୀମାରେଖା ତଳେ ଜୀବନଯାପନ କରୁଥିବା ପରିବାରମାନଙ୍କୁ ଗ୍ୟାସ କନେକ୍ସନ ଦେଉଥିଲେ । ଗ୍ରାମାଞ୍ଚଳରେ ରହୁଥିବା ମହିଳା ମାନେ କାଠ ଓ ଗୋବର ବ୍ୟବହାର କରି ପଡ଼ୁଥିବା ବିଭିନ୍ନ ସମସ୍ୟାକୁ ଦୂର କରିବା ହେଉଛି ଏହି ଯୋଜନାର ମୂଳ ଲକ୍ଷ୍ୟ ।
ଏହି ଯୋଜନାର ସମୟସୀମା ୨୦୨୦ ଅପ୍ରେଲ ପର୍ଯ୍ୟନ୍ତ ଥିବା ବେଳେ, କିନ୍ତୁ କରୋନା ସଂକଟକୁ ଦୃଷ୍ଟିରେ ରଖି ସରକାର ଏହି ଯୋଜନାର ଶେଷ ସମୟସୀମା ଡ଼ିସେମ୍ବର ପର୍ଯ୍ୟନ୍ତ ବଢାଇ ଦେଇଛନ୍ତି । ସରକାରଙ୍କ ଘୋଷଣା ମୁତାବକ ୭.୪ କୋଟି ମହିଳା ମାନଙ୍କୁ ଡ଼ିସେମ୍ବର ସୁଦ୍ଧା ମିଳିବାକୁ ଥିବା ଏହି ସୁବିଧା ପାଇଁ ଏହି ଯୋଜନାରେ ୧୩,୫୦୦ କୋଟି ଟଙ୍କା ବିନିଯୋଗ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular