ଯାଜପୁର: ରାଜ୍ୟରେ ବନ୍ୟା କମୁଛି । କିନ୍ତୁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏହା ଭିତରେ ୪ ଦିନ ହେଲା ଜଳବନ୍ଦୀରେ ଥିବା ବରୀବାସୀ ଏବେ ବି ଜୀବନ ପାଇଁ ସଂଗ୍ରାମ କରୁଛନ୍ତି। ଏପରି ଦୁର୍ଦ୍ଦଶାର ଚିତ୍ର ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବରୀ ବ୍ଲକରେ । ସାପ କାମୁଡ଼ା ରୋଗୀକୁ ମେଡିକାଲ ନେବାକୁ ଡିସ୍ ହିଁ ସାଜିଛି ମାଧ୍ୟମ। ରତ୍ନଗିରି ପଞ୍ଚାୟତ ରାଉତସାହି ଗ୍ରାମର ମଂଜୁଲତା ଦାସଙ୍କୁ ଏକ ସାପ କାମୁଡ଼ି ଦେବାରୁ ସ୍ଥାନୀୟ ଲୋକ ଜରୁରୀ ନଂ ଏବଂ ଅଗ୍ନିଶମ ବାହିନୀକୁ ଫୋନ କରି କିଛି ଉତ୍ତର ପାଇ ନ ଥିଲେ। ବାଧ୍ୟ ହୋଇ ଗ୍ରାମବାସୀ ଏହି ମହିଳାଜଣଙ୍କୁ ଏକ ଡିସ୍ ରେ ପୁରାଇ ୩ କିମି ରାସ୍ତା ପାଣିରେ ଭସାଇ ଟାଣି ଟାଣି ନେଇ ଗୋପାଳପୁର କ୍ଷେତ୍ରୀୟ ମେଡିକାଲକୁ ନିଆଯାଇଥିଲା। ପରେ ତାଙ୍କୁ କଟକ ସ୍ଥାନାନ୍ତରିତ କରିଥିବାର ଖବର ମିଳିଛି।



Visitors Today : 2
Total Visitors : 130428
Total Views : 9891959
Visitors Online Now : 0