ପୁରୀ: ବାହାର ଜିଲ୍ଲା ଓ ରାଜ୍ୟର ଲୋକଙ୍କ ଲାଗି ସ୍ବର୍ଗଦ୍ବାରରେ ଶବ ସତ୍କାର ଏବଂ ମହୋଦଧୀରେ ଚିତାଭସ୍ମ ବିସର୍ଜନ ଉପରେ ଲଗା ଯାଇଥିବା କଟକଣା ଆଉ ଏକ ମାସ ଲାଗି ବୃଦ୍ଧି କରାଯାଇଛି। ଫଳରେ ସେପଟେମ୍ବର ଶେଷ ପର୍ୟ୍ୟନ୍ତ ବାହାର ଜିଲ୍ଲାର ଲୋକେ ସ୍ବଗଦ୍ବାରରେ ଶବଦାହ କରିପାରିବେ ନାହିଁ। ତେବେ ପୁରୀ ଜିଲ୍ଲାର ଲୋକେ ପୂର୍ବପରି ସ୍ବର୍ଗଦ୍ବାରେ ଶବଦାହ କରିପାରିବେ ବୋଲି ପୁରୀ ଜିଲ୍ଲାପାଳଙ୍କ କାର୍ୟ୍ୟାଳୟ ପକ୍ଷରୁ ଜାରି ନିର୍ଦ୍ଦେଶନାମାରେ କୁହାଯାଇଛି। ଏଥିସହ ପରୀ ଜିଲ୍ଲାର ଲୋକେ ମହୋଦଧୀରେ ଚିତାଭସ୍ମ ବିସର୍ଜନ କରିପାରିବେ ବୋଲି ସୂଚନା ଦିଆଯାଇଛି। ସେପଟେମ୍ବର ପହିଲାରେ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ କଟକଣା ଅବଧିକୁ ୩୦ ସେପଟେମ୍ବର ପର୍ୟ୍ୟନ୍ତ ବୃଦ୍ଧି କରାଯାଇଛି।
ଜିଲ୍ଲା ବାହାରୁ ଯେଉଁ ଆତ୍ମୀୟସ୍ବଜନ ମୃତକଙ୍କୁ ନେଇ ସ୍ବର୍ଗଦ୍ବାର ଆସୁଥିଲେ, ସେମାନଙ୍କୁ ପୂର୍ବ ଭଳି ଜିଲ୍ଲା ଭିତରେ ପ୍ରବେଶ ପାଇଁ ଅନୁମତି ମିଳିବନି। କରୋନା ସଂକ୍ରମଣକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ଏହି କଠୋର ନିଷ୍ପତ୍ତିକୁ ପୁଣି ସେପଟେମ୍ବର ମାସ ଲାଗି ବଳବତ୍ତର ରଖିଛି । ଜୁଲାଇ ୭ ତାରିଖରେ ଏହି କଟକଣା ଜାରି କରି ପରବର୍ତ୍ତୀ ଘୋଷଣା ପର୍ୟ୍ୟନ୍ତ ଏହା ବଳବତ୍ତର ରହିବ ବୋଲି ଜିଲ୍ଲାପାଳ ବଲୱନ୍ତ ସିଂ କହିଥିଲେ।



Visitors Today : 0
Total Visitors : 130302
Total Views : 9891805
Visitors Online Now : 0