spot_img

ଶ୍ରୀନଗରର ପ୍ରଥମ ମହିଳା ସିଆରପିଏଫ ଆଇଜି ଚାରୁ ସିହ୍ନା

ପ୍ରଥମ ଥର ପାଇଁ ଶ୍ରୀନଗରରେ ସିଆରପିଏଫ ଆଇଜି ଭାବରେ ଯୋଗ ଦେଲେ ମହିଳା ଆଇପିଏସ ଚାରୁ ସିହ୍ନା । ଆଇପିଏସ ସିହ୍ନାଙ୍କ ଅଗମନରେ ଆତଙ୍କବାଦୀଙ୍କ ନିଦ ହଜିଯାଇଛି । ତେଲେଙ୍ଗାନା କ୍ୟାଡରର ୧୯୯୬ ବ୍ୟାଚ ଆଇପିଏସ ଅଧିକାରୀ ସିହ୍ନା ପୂର୍ବରୁ ଜାମ୍ମୁ ସେକ୍ଟରରେ ନିୟୋଜିତ ଥିଲେ ।
ତିନି ବର୍ଷ ତଳେ ଚାରୁଙ୍କୁ ତେଲେଙ୍ଗାନାରୁ ସିଆରପିଏଫକୁ କେନ୍ଦ୍ରୀୟ ଡେପୁଟେସନରେ ପଠାଯାଇଥିଲା । ସିଆରପିଏଫର ମୁଖ୍ୟ କାର୍ଯାଳୟରେ ତାଙ୍କୁ ଆଇଜି ଭାବରେ ନିଯୁକ୍ତ କରାଯାଇଥିଲା । ଏହି ସମୟରେ ସିହ୍ନା ନକ୍ସଲ ବିରୋଧୀ ଅପରେସନରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ବିହାର ସେକ୍ଟର ପରେ ସେ କାଶ୍ମୀରର ଜାମ୍ମୁ ସେକ୍ଟରକୁ ସ୍ଥାନାନ୍ତର ହୋଇଥିଲେ । ଏହି ସମୟରେ ସିହ୍ନା ଅନେକ ଆତଙ୍କବାଦୀ ବିରୋଧୀ ଅପରେସନ କରିଥିଲେ । ୨୦୦୫ ରେ ଜମ୍ମୁ କାଶ୍ମୀରରେ ସିଆରପିଏଫ ୟୁନିଟ ଗଠିତ ହୋଇଥିଲା । ସ୍ଥାନୀୟ ପୁଲିସ ସହିତ ସିଆରପିଏଫ ଯବାନ ଜମ୍ମୁ କାଶ୍ମୀରର ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଛନ୍ତି । ଜମ୍ମୁ କାଶ୍ମୀରର ତିନୋଟି ଜିଲ୍ଲା ବଡଗାମ, ଗାନେ୍ଦରବଲ, ଶ୍ରୀନଗର ଓ ଲଦାଖ ସିଆରପିଏଫ ଶ୍ରୀନଗର ଅଧୀନରେ ରହିଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular