spot_img

ବଗଲା ବିବାଦ: ପ୍ରେସ୍ ମିଟ୍ କରି ବର୍ଷିଲେ ସମ୍ବିତ ପାତ୍ର

ଭୁବନେଶ୍ୱର: ବଗଲା ଧର୍ମଶାଳା ଜମି ବିବାଦକୁ ନେଇ ନୂଆଦିଲ୍ଲୀରେ ପ୍ରେସମିଟ୍ କରି ବର୍ଷିଲେ ବିଜେପି ମୁଖପାତ୍ର ସମ୍ବିତ ପାତ୍ର । ପର୍ଯ୍ୟଟକ ସଚିବ ବିଶାଲ ଦେବ ଆଇଟିଡିସି ସିଏମଡିଙ୍କୁ ଲେଖିଥିବା ଚିଠିକୁ ନେଇ ଉଠାଇଲେ ପ୍ରଶ୍ନ । ଉକ୍ତ ଚିଠିକୁ ମିଥ୍ୟା ବୋଲି କହି ପ୍ରମାଣ ସହିତ ଗଣମାଧ୍ୟମରେ ରଖିଥିବା କହିଲେ ସମ୍ବିତ ପାତ୍ର । ତାଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାରଙ୍କ ପ୍ରସାଦ ଯୋଜନାରେ ଜଗନ୍ନାଥ ବିଶ୍ରାମସ୍ଥଳୀ ନିର୍ମାଣ ହୋଇଥାନ୍ତା । ଏଥିପାଇଁ ୫୦ କୋଟି ମଞ୍ଜୁର ହୋଇଥିଲା । ବି.ସି. ଭୂୟାଁ କନଷ୍ଟ୍ରକସନ କମ୍ପାନୀକୁ ୨୧ କୋଟି ଟଙ୍କାରେ ଟେଣ୍ଡର ଦିଆଗଲା । ପରବର୍ତ୍ତୀ ଅବସ୍ଥାରେ ପ୍ରକଳ୍ପ ବଜେଟ ୭୮ କୋଟିକୁ ବୃଦ୍ଧି ମଧ୍ୟ ପାଇଥିଲା ।
୨୦୧୯ ଜୁନ ମାସରେ ଠିକାଦାର କାମ ଆରମ୍ଭ କରିଥିବା ବେଳେ ନଭେମ୍ବରରେ କାମ ବନ୍ଦ କରିଦିଆଗଲା । ସେତେବେଳକୁ ୩ କୋଟି ୨୬ ଲକ୍ଷ ଖର୍ଚ୍ଚ ହୋଇସାରିଥିଲା । ଏହା ପରେ କାମ ପୁନଃ ଆରମ୍ଭ କରିବାକୁ ଆଇଟିଡିସି ପକ୍ଷରୁ ରାଜ୍ୟ ସରକାରଙ୍କୁ ୪ ଥର ଚିଠି ଲେଖାଯାଇଥିଲା । ମାତ୍ର ପ୍ରକଳ୍ପ ସ୍ଥାନାନ୍ତର ପାଇଁ ଚିଠି ଲେଖିଲେ ରାଜ୍ୟ ସରକାର । ସ୍ଥାନାନ୍ତରଣ ହୋଇଥିବା ସ୍ଥାନଟି ଉପଯୁକ୍ତ ନଥିବା ରାଜ୍ୟ ସରକାରଙ୍କୁ ଅବଗତ କରାଯାଇଥିଲା । ଜୁଲାଇ ୧ରେ ବିଶାଲ ଦେବ ଆଇଟିଡିସିଙ୍କୁ ଚିଠି ଲେଖି ବିଳମ୍ବ ହୋଇଥିବାରୁ ପ୍ରକଳ୍ପ କାର୍ଯ୍ୟ ବନ୍ଦ ପାଇଁ ଲେଖିଲେ । ମାତ୍ର ୯ରେ ଆଇଟିଡିସି ସିଏମ୍ଡି ଏହାର ପ୍ରତ୍ୟୁତ୍ତର ଦେଇଥିବା ବେଳେ ସେଥିରେ ରାଜ୍ୟ ସରକାରଙ୍କ ସମସ୍ତ ଆରୋପକୁ ମିଛ ବୋଲି କହିଛନ୍ତି । ତେବେ ଲଜ୍ ମାଲିକଙ୍କୁ କାହିଁକି ବଗଲା ଜମିରେ ଥଇଥାନ କରାଗଲା ବୋଲି ପ୍ରଶ୍ନ କରିଛି ବିଜେପି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular