ଆଇ.ପି.ଏଲରେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଆସିଛି ଏକ ଖୁସି ଖବର । ପୂର୍ବରୁ ଦୁଇ ଖେଳାଳୀଙ୍କ ସମେତ ୧୧ ଜଣ ସଦସ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ବର୍ତ୍ତମାନ ସେମାନଙ୍କର ଟେଷ୍ଟ ନେଗେଟିଭ ଆସିଛି ।
ମିଳିଥିବା ସୂଚନା ମୁତାବକ, ଚେନ୍ନାଇ ସୁପର କିଙ୍ଗସର ଖେଳାଳୀ ଦୀପକ ଚହଲ ଓ ରୁତୁରାଜ ଗାୟକବାଡ଼ ପୂର୍ବରୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ଏବଂ ଏହା ଫଳରେ ସୁରେଶ ରାଇନା ଆଇ.ପି.ଏଲ ରୁ ନିଜ ନାମ ହଟାଇଦେଇ ନିଜ ଗାଁ କୁ ଫେରିଯାଇଥିଲେ । ଚେନ୍ନାଇ ସୁପର କିଙ୍ଗସର ସମସ୍ତ ଖେଳାଳୀ ଓ ସମସ୍ତ ସଦସ୍ୟ ମାନଙ୍କର ସୋମବାର କରୋନା ଟେଷ୍ଟ କରାଯାଇଥିଲା ଏବଂ ମଙ୍ଗଳବାର ଦିନ ସମସ୍ତଙ୍କର ରିପୋର୍ଟ ନେଗେଟିଭ ଆସିଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0