spot_img

ବିଦ୍ୟୁତ ଆଘାତରେ ଚାଲିଗଲା ଯୁବକଙ୍କ ଜୀବନ

ନୀଳଗିରି : ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଧୋବଶିଳା ପଞ୍ଚାୟତ ଖୁଣ୍ଟୁଣା ଗାଁର ଦୁଃଶାସନ ବାରିକ ବୋଲି ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି। ଧୋବଶିଳା ପଞ୍ଚାୟତ ଖୁଣ୍ଟୁଣା ଗାଁର ଜଣେ ଯୁବକ ବିଦ୍ୟୁତ ଆଘାତରେ ମୃତ୍ୟୁବରଣ ହୋଇଛି । ଗାଁର କୈଳାଶ ବାରିକଙ୍କ ପୁଅ ଦୁଃଶାସନ ବାରିକ ଘରେ ଅସାବଧାନତା କାରଣରୁ ବିଦ୍ୟୁତ ଆଘାତ ଲାଗିଥିଲା । ଯାହାଫଳରେ ସେହିଠାରେ ସେ ଟଳିପଡ଼ିଥିଲେ, ତାଙ୍କୁ ନୀଳଗିରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଛନ୍ତି । ଏନେଇ ନୀଳଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବକୁ ପୋଷ୍ଟ ମର୍ଟମ କରିଛି। ଦୁଃଶାସନଙ୍କ ଏଭଳି ଅକାଳ ବିୟୋଗରେ ଗାଁରେ ଶୋକକୁଳ ପରିବେଶ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular