spot_img

ସଡ଼କ ଦୁର୍ଘଟଣାରେ ସ୍କୁଟି ଚାଳକଙ୍କ ମୃତ୍ୟୁ: ବସ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

କେନ୍ଦ୍ରାପଡ଼ା:ମର୍ମନ୍ତୁକ ସଡ଼କ ଦୁର୍ଘଟଣା । ସ୍କୁଟିକୁ ଧକ୍କା ଦେଲା ବସ୍ । ଘଟଣାସ୍ଥଳରେ ସ୍କୁଟି ଚାଳକଙ୍କ ମୃତ୍ୟୁ । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ଥାନା ୫ ନଂବର କ ଜାତୀୟ ରାଜପଥ ହଳଦିଆ ଗଡ଼ା ନିକଟରେ ଏହି ଦୁର୍ଘଟଣା ଘଟିଛି ।

ggg
ସୂଚନା ଅନୁସାରେ ରାସ୍ତାର ବାମ ପାଶ୍ୱର୍ରେ ଟ୍ରକ ଭିଡ଼ ଥିବାରୁ ବସଟି ବଡ଼ପାଳ ଛକରୁ ଡ଼ାହାଣ ପଟେ ଆସୁଥିଲା । ଏହି ସମୟରେ ଯୁବକ ଜଣକ ହଳଦିଆ ଗ୍ରାମରୁ ବଡ଼ପାଳ ଛକକୁ ଆସୁଥିଲେ । ବସ ବେଗ ଏତେ ତ୍ରୀବ୍ରତର ଥିଲା ଯେ ଡ୍ରାଇଭର ବସଟିକୁ ନିୟନ୍ତ୍ରଣକୁ ଆଣିପାରିନଥିଲେ । ଫଳରେ ସ୍କୁଟି ଚାଳକଙ୍କୁ ବସଟି ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଯୁବକଙ୍କ ମୃତ୍ୟୁ ଘଟିଥିଲା ।

accedent

ମୃତକ ମାର୍ଶାଘାଇ ଥାନା ହଳଦିଆ ଗାଁର ବିକାଶ ନାୟକ । ଯୁବକଙ୍କ ମୃତ୍ୟୁ ପରେ ଉତ୍ତ୍ୟକ୍ତ ଲୋକ ବସଟିକୁ ପୋଡ଼ିଦେଇଥିଲେ  । ବସଟି କଲିକତାରୁ ଫେରୁଥିଲା । ଘଟଣାସ୍ଥଳରୁ ବସ ଡ୍ରାଇଭର ଓ କଣ୍ଡକ୍ଟର ଫେରାର ହୋଇଯାଇଛନ୍ତି । ସ୍ଥିତି ନିୟନ୍ତ୍ରଣ କରିବାକୁ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular