spot_img

ରାଜ୍ୟରେ ଗୋଟିଏ ଦିନରେ ବସିବ ୩ଟି ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ

ଭୁବନେଶ୍ୱର: ଆଜି ଗୋଟିଏ ଦିନରେ ବସିବ କୃଷି, ଐତିହ୍ୟ ଓ ରାଜ୍ୟ କ୍ୟାବିନେଟ ବୈଠକ । ଭିଡ଼ିଓ କନଫରେନ୍ସି ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏହି କ୍ୟାବିନେଟ ବୈଠକ ବସିବ । ପ୍ରଥମେ ଅପରାହ୍ନ ୫ଟାରେ ବସିବ ଐତିହ୍ୟ କ୍ୟାବିନେଟ ବୈଠକ । ପରେ୫ଟା ୧୫ରେ ବସିବ କୃଷି କ୍ୟାବିନେଟ ବୈଠକ । ଏବଂ ସାଧାରଣ କ୍ୟାବିନେଟ ବୈଠକ ଅପରାହ୍ନ ୫ଟା ୪୫ ମିନିଟରେ ବସିବ । ଐତିହ୍ୟ କ୍ୟାବିନେଟରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯିବାର ସମ୍ଭାବନା ରହିଛି । କୋଭିଡ ମହାମାରୀ ସମୟରେ କୃଷି କାର୍ଯ୍ୟକୁ ଅଧିକ ଗୁରୁତ୍ୱ ଦିଆଯାଉଥିବାରୁ କୃଷି କ୍ୟାବିନେଟ ବୈଠକ ଚାଷୀ ଓ ଚାଷ ସମ୍ପର୍କିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇପାରେ । ଏଥିରେ କୃଷି, ରାଜସ୍ୱ, ଖାଦ୍ୟ ଯୋଗାଣ, ମତ୍ସ୍ୟ ଓ ପଶୁସମ୍ପଦ ମନ୍ତ୍ରୀ ଯୋଗ ଦେବେ ।

ସେହିପରି ତୃତୀୟ ସାଧାରଣ କ୍ୟାବିନେଟ ବୈଠକରେ ଉଚ୍ଚ ଶିକ୍ଷା ବିଭାଗର ଅଧ୍ୟାଦେଶକୁ ମଞ୍ଜୁରୀ ଦେଇପାରନ୍ତି ସରକାର । ୟୁନିଭରସିଟି ଆମେଣ୍ଡମେଣ୍ଟ ଆକ୍ଟ ୧୯୮୯କୁ ସଂଶୋଧନ କରିପାରନ୍ତି ସରକାର ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular