ଭୁବନେଶ୍ବର ୧।୭: ରାଜଧାନୀରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏ ନେଇ ଭୁବନେଶ୍ବର ମହାନଗର ନିଗମ ପକ୍ଷରୁ ଟ୍ବିଟ୍ ଯୋଗେ ସୂଚନା ପ୍ରଦାନ କରାଯାଇଛି । ଚିହ୍ନଟ ହୋଇଥିବା ୧୨ ସଂକ୍ରମିତଙ୍କୁ ମିଶାଇ ଭୁବନେଶ୍ବରରେ ମୋଟ୍ ଆକ୍ରାନ୍ତ ସଂଖ୍ୟା ୩୩୨ରେ ପହଞ୍ଚିଛି । ଏଥିମଧ୍ୟରୁ ୧୯୨ ଜଣ ସୁସ୍ଥ ହୋଇଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୧୩୫ଟି ଆକ୍ଟିଭ୍ କେସ୍ ରହିଛି । ଚିହ୍ନଟ ହୋଇଥିବା ୧୨ ସଂକ୍ରମିତଙ୍କ ମଧ୍ୟରୁ ୪ ଜଣ ହୋମ୍ କ୍ବାରେଣ୍ଟାଇନ୍ରେ ରହିଥିବା ବେଳେ ୮ ଜଣ ସ୍ଥାନୀୟ ବାସିନ୍ଦା ସଂକ୍ରମିତ ହୋଇଛନ୍ତି । ସେହିପରି ୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।
ସେହିପରି ସଂକ୍ରମିତ ହୋଇଥିବା ସ୍ଥାନୀୟ ବାସିନ୍ଦାଙ୍କ ମଧ୍ୟରୁ ଡୁମୁଡୁମା ରଘୁନାଥନଗର ବସ୍ତି ଅଞ୍ଚଳର ୩୦ ବର୍ଷ ବୟସ୍କ ମହିଳା ଏବଂ ୩୫ ବର୍ଷ ବୟସ୍କ ପୁରୁଷ, ଡୁମୁଡୁମା ସୁଖ ବିହାର ବସ୍ତି ଅଞ୍ଚଳର ୩୪ ବର୍ଷ ବୟସ୍କ ପୁରୁଷ, ଶ୍ରୀରାମନଗର ଅଞ୍ଚଳର ୩୫ ବର୍ଷ ବୟସ୍କ ମହିଳା, ଏକ ଘରୋଇ ହସ୍ପିଟାଲର ୩୩ ବର୍ଷ ବୟସ୍କ ପୁରୁଷ, ନୀଳାଦ୍ରିବିହାର ସେକ୍ଟର ୨ ଅଞ୍ଚଳର ୫୩ ବର୍ଷ ବୟସ୍କ ପୁରୁଷ, ଜାଗମରା କ୍ରିଷ୍ଣା ଗାର୍ଡେନ ଅଞ୍ଚଳର ୩୪ ବର୍ଷ ବୟସ୍କ ପୁରୁଷ, ୟୁନିଟ୍ ୨ ଅଞ୍ଚଳର ୩୦ ବର୍ଷ ବୟସ୍କ ପୁରୁଷ ରହିଛନ୍ତି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0