spot_img

ବାତିଲ ହେଲା ଯୁକ୍ତ ୨ର ଅବଶିଷ୍ଟ ପରୀକ୍ଷା, ସୂଚନା ଦେଲେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର: ବାତିଲ ହେଲା ଯୁକ୍ତ ଦୁଇର ଅବଶିଷ୍ଟ ପରୀକ୍ଷା । ଆଉ ଦେବାକୁ ପଡିବନି ବଳକା ଥିବା ପରୀକ୍ଷା । ତାଲାବନ୍ଦ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା । ପରୀକ୍ଷା ବାତିଲ ନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ମିଳିଥିବା ସୂଚନା ମୁତାବକ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଦିଆଯାଇଥିବା ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ମାର୍ଚ୍ଚ ୩ ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୮ରେ ଶେଷ ହେବାର ଥିଲା । ଯୁକ୍ତ ୨ ବାଣିଜ୍ୟ ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ଚାଲିବାର ଥିଲା । ସେହିପରି ଯୁକ୍ତ ୨ କଳା ପରୀକ୍ଷା ମାର୍ଚ୍ଚ ୪ରୁ ଆରମ୍ଭ ହୋଇ ସେହି ମାସ ୨୭ ତାରିଖରେ ଶେଷ ହେବାର ଥିଲା ।ତେବେ ମାର୍ଚ୍ଚ ମାସରେ କରୋନା କଟକଣା ଓ ଲକଡାଉନ ଯୋଗୁଁ ୪ଟି ଷ୍ଟ୍ରିମର ୨୩ଟି ପରୀକ୍ଷା ହୋଇପାରିନଥିଲା | ସିବିଏସ୍‌ଇ ଦ୍ବାରା ପରିଚାଳିତ ଦଶମ ଓ ଦ୍ବାଦଶ ଶ୍ରେଣୀର ବାକି ପରୀକ୍ଷା ବାତିଲ୍‌ ହୋଇଛି। ଆଇଏସ୍‌ସିଇ ଦ୍ବାରା ପରିଚାଳିତ ବିଦ୍ୟାଳୟର ପରୀକ୍ଷାଗୁଡ଼ିକ ମଧ୍ୟ ଅନୁରୂପ ଭାବେ ବାତିଲ୍‌ କରାଯାଇଛି।କରୋନା ସଂକ୍ରମଣର ବର୍ତମାନ ସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଭଳି ନିଷ୍ପତ୍ତି ନେଇଥିଲେ । ଜୁଲାଇ ୧ରୁ ୧୫ ତାରିଖ ମଧ୍ୟରେ ପରୀକ୍ଷା ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପୂର୍ବରୁ ସୂଚନା ଦେଇଥିଲେ

 

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular