ଅଯୋଧ୍ୟା: ରାମ ଜନ୍ମଭୂମି ଅଯୋଧ୍ୟା ସ୍ଥିତ ରାମ ଲଲ୍ଲାଙ୍କ ଅସ୍ଥାୟୀ ମନ୍ଦିରରେ ଗତକାଲି ଏକ ଅଖଣ୍ଡ ଦୀପ ଲାଗିଛି । ପାଟଣାର ମହାବୀର ମନ୍ଦିରରୁ ପଠାଯାଇଥିବା ଗାଈ ଘିଅରୁ ଏହି ଅଖଣ୍ଡ ଦୀପ ଜଳିବା ଆରମ୍ଭ ହୋଇଛି। ତାହା ସହିତ ଦିନକୁ ପାଞ୍ଚ ଥର ଆଳତୀ ମଧ୍ୟ ଏହି ଘିଅରୁ ହେଉଛି । ମିଳିଥିବା ସୁଚନା ଅନୁଯାୟୀ, ମହାବୀର ମନ୍ଦିର ଟ୍ରଷ୍ଟ ପାଟନା ପକ୍ଷରୁ ମଙ୍ଗଳବାର ଦିନ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରକୁ ଅଖଣ୍ଡ ଦୀପ ଏବଂ ଆଳତୀ ପାଇଁ ୭୫ ଟନ୍ ଗାଈ ଘିଅ ହସ୍ତାନ୍ତର କରାଯାଇଛି।
ମହାବୀର ମନ୍ଦିର ଟ୍ରଷ୍ଟର ସଚିବ ଆଚାର୍ୟ୍ୟ କିଶୋର କୁନାଲ ଅନନ୍ତ ଚର୍ତୁଦଶୀର ପବିତ୍ର ଅବସରରେ ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ରର ସଚିବ ଚମ୍ପତ ରାୟଙ୍କୁ ଏହି ୭୫ ଟନ୍ ଗାଈ ଘିଅ ହସ୍ତାନ୍ତର କରିଛନ୍ତି। ସୂଚନା ମୁତାବକ ଏହି ଗାଈ ଘିଅରୁ ପାଟଣାର ମହାବୀର ମନ୍ଦିରର ପ୍ରସିଦ୍ଧ ନୈଭେଦ୍ୟମ୍ ଲଡୁ ମଧ୍ୟ ତିଆରି ହୋଇଥାଏ ଏବଂ ମହାବୀର ମନ୍ଦିର ଏହି ଗାଈ ଘିଅକୁ କର୍ଣ୍ଣାଟକ ମିଲ୍କ ଫେଡେରେଶନରୁ କିଣିଥାଏ ।



Visitors Today : 1
Total Visitors : 130301
Total Views : 9891804
Visitors Online Now : 0