ପୃଥିବୀରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ବର୍ତ୍ତମାନ ସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୨୫,୯୩୦,୧୯୪ ଟପି ଗଲାଣି । ଏଯାବତ ଭାରତରେ କୋଭିଡ଼ କେସ ଫାଟାଲିଟି ରେଟ ଅନ୍ୟ ଦେଶ ତୁଳନାରେ ବହୁତ କମ ରହଛି । ବିଶ୍ୱ ସ୍ତରରେ ସିଏଫଆର ୩.୩ ପ୍ରତିଶତ ଥିବା ବେଳେ ଭାରତରେ ୧.୭୬ ପ୍ରତିଶତ ରହିଛି । ତେବେ ର୍ତ୍ତମାନ ସୁଦ୍ଧା ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୮ ଲକ୍ଷ ପାର ହୋଇଥିବାବେଳେ ୬୬,୩୩୩ ଜଣ ଲୋକ କରୋନାରେ ପ୍ରାଣ ହରାଇଛନ୍ତି । ଏଥିସହିତ ୮,୦୧,୨୮୨ ଜଣ ଆକ୍ରାନ୍ତ ବିଭିନ୍ନ କୋଭିଡ଼ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରିପୋର୍ଟ ଅନୁସାରେ ପ୍ରତି ଦଶ ଲକ୍ଷ ଜନସଂଖ୍ୟାରେ ବ୍ରିଟେନରେ ୬୧୧, ବ୍ରାଜିଲରେ ୫୭୬, ଆମେରିକାରେ ୫୭୦, ମେକ୍ସିକୋରେ ୫୦୫, କଲମ୍ବିଆରେ ୩୯୩ ଏବଂ ରୁଷରେ ୧୧୯ ଜଣ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଥିବା ବେଳେ ଭାରତରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ଦୁନିଆରେ ବହୁତ କମ ।



Visitors Today : 0
Total Visitors : 130426
Total Views : 9891957
Visitors Online Now : 0