spot_img

ନିର୍ମାଣ ହେବ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ

ବିସିସିଆଇର ସଭାପତି ଥିବା ସୌରଭ ଗାଙ୍ଗୁଲି ପୂର୍ବରୁ ଭାରତୀୟ କ୍ରିକେଟ ଟିମର ଅଧିନାୟକ ରହିଛନ୍ତି । ୯୦ ଦଶକର କ୍ରିକେଟରୁ ନିଜ କ୍ୟାରିୟର ଆରମ୍ଭ କରି ବିସିସିଆଇର ସଭାପତି ହେବା ପର୍ଯ୍ୟନ୍ତ, ବେଶ ରୋମାଞ୍ଚକର ରହିଛି ସୌରଭଙ୍କ ଯାତ୍ରା । ଭାରତୀୟ କ୍ରିକେଟର ଦାଦା ଭାବେ ଜଣାଶୁଣା ସୌରଭ ନିଜ କ୍ୟାରିୟରରେ ଅନେକ ରେକର୍ଡ ହାସଲ କରିଛନ୍ତି । ଆକ୍ରମଣାତ୍ମକ ଶୈଳୀରେ ବ୍ୟାଟିଂ କରିବା ହେଉ କି ସଠିକ୍ ସମୟରେ ୱିକେଟ ନେଇ ଦଳ ପାଇଁ ସୁରକ୍ଷା କବଚ ସାଜିବା ହେଉ, ସବୁଥିରେ ପାରଙ୍ଗମ ଥିଲେ ସୌରଭ ।

ବିଦେଶ ମାଟିରେ ଦଳକୁ ବିଜୟ ଭେଟିଦେବାର ଧାରା ସୌରଭଙ୍କ ପାଖରୁ ଆରମ୍ଭ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ପୂର୍ବରୁ ଟିଭି ପରଦାରେ ସୌରଭ ନଜର ଆସିଥିବା ବେଳେ ଖୁବଶୀଘ୍ର ବଡ ପରଦାରେ ନଜର ଆସିବ ଗାଙ୍ଗୁଲିଙ୍କ କ୍ରିକେଟ ଜୀବନୀ । ସୌରଭଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ କରିବାକୁ ଥିବା ପ୍ରଡକ୍ସନ ସଂସ୍ଥା ଲବ୍ ଫିଲ୍ମସ ଏହାପୂର୍ବରୁ ସୋନୁ କି ଟିଟୁ କି ସ୍ୱିଟି, ଦେ ଦେ ପ୍ୟାର ଦେ, ମଲଙ୍ଗ, ଛଲାଙ୍ଗ ଭଳି ସଫଳ ଫିଲ୍ମ ଦର୍ଶକଙ୍କୁ ଭେଟି ଦେଇଛି । ଭାରତୀୟ କ୍ରିକେଟର ଦାଦା ଭାବେ ଜଣାଶୁଣା ସୌରଭ ଗାଙ୍ଗୁଲିଙ୍କ ଜୀବନୀକୁ ନେଇ ଫିଲ୍ମ ନିର୍ମାଣ ହେବାକୁ ଯାଉଛି । ଏନେଇ ଖୋଦ୍ ସୌରଭ ସୋସିଆଲ ମିଡ଼ିଆରେ ସୂଚନା ଦେଇଛନ୍ତି । ସୌରଭଙ୍କ ବାୟୋପିକକୁ ନେଇ ଲବ ରଞ୍ଜନ ଓ ଅଙ୍କୁର ଗର୍ଗ ଫିଲ୍ମ ନିର୍ମାଣ କରିବେ । ଏନେଇ ଲବ ରଞ୍ଜନ ଇନଷ୍ଟାଗ୍ରାମରେ ଘୋଷଣା କରିବା ସହ କହିଛନ୍ତି, ଖେଳ ଆରମ୍ଭ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular