spot_img

ପ୍ରବେଶିକା ଫିସକୁ ନେଇ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

କରୋନା ମାଡ଼ ରେ ସାରା ପୃଥିବୀ ଥରହର ହେଉଥିବା ବେଳେ ସାରା ଦେଶରେ ଅର୍ଥନୀତି ଉପରେ ପ୍ରଭାବ ପଡୁଛି । ଏହିଥିରୁ ବର୍ତ୍ତି ନାହାନ୍ତି ଛାତ୍ରଛାତ୍ରୀ । ଦୁଇ ବର୍ଷ ଧରି କୌଣସି କାମ ନ ପାଇ ବନ୍ଦ ରହି ଅର୍ଥ ର କଷ୍ଟକୁ ଅନୁଭବ କରୁଥିବା ବେଳେ ବୋଝ ଉପରେ ଲଳିତା ବିଡା ସଦୃଶ୍ୟ ହୋଇଛି ନରସିଂହପୁର ମହାବିଦ୍ୟାଳୟ ର ପ୍ରବେସିକା ଫିସ । ଗତ ବର୍ଷ ଏହାର ପରିମାଣ ସାତ ହଜାର ଥିଲା ବେଳେ ହଠାତ୍ କଲେଜ ପ୍ରସାସନ୍ ତରଫରୁ ଏହାକୁ ବୃଦ୍ଧି କରି ଦଶ ହଜାର ଟଙ୍କା କୁ ବୃଦ୍ଧି କରାଯାଇଛି । ଏହାକୁ ସହଜରେ ଗ୍ରହଣ କରିପାରୁ ନାହାନ୍ତି ଛାତ୍ରଛାତ୍ରୀ । ଦୁଖ ର ବିଷୟ କରୋନା ରେ ପଡ଼ି କିଛି ଛାତ୍ର ଛାତ୍ରୀ ତାଙ୍କର ପିତା ମାତାଙ୍କୁ ହରେଇଛନ୍ତି ଯାହା ଫଳରେ ଦାରିଦ୍ର୍ୟ ର ସୀମା ରେଖା ତଳେ ଥିବା ପିଲାମାନେ ଏତେ ସଂଖ୍ୟା ରେ ଅର୍ଥ ଦେବା ସମ୍ଭବ ପର ନୁହେଁ । ତେଣୁ ଏହାକୁ ବିରୋଧ କରିବା ସହ ଫିସ ହ୍ରାସ କରିବା ପାଇଁ ଉପ ଜିଲ୍ଲାପାଳ ଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି ଓ ଏହା ସାତ ଦିନ ଭିତରେ ପୂରଣ ନ ହେଲେ ବିରୋଧ କୁ ବ୍ୟାପକ କରା ଯିବ ବୋଲି ଛାତ୍ରଛାତ୍ରୀ କହିଛନ୍ତି। ନରସିଂହପୁର ମହାବିଦ୍ୟାଳୟ ଠାରୁ ଛାତ୍ର ଛାତ୍ରୀ ମାନେ ଏକ ଶୋଭା ଯାତ୍ରା ରେ ଆସି ଉପ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟ ରେ ତହସିଲଦାର ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular