ସମ୍ବଲପୁର: ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଡ଼ାକ୍ତରଖାନାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର । ଡ଼ାକ୍ତରଖାନାର ପରିସର ଥିବା ଝୁଲଣ କେନ୍ଦ୍ରରୁ ଏହି ଶିଶୁକନ୍ୟାକୁ ରଖାଯାଇଥିବାର ଦେଖି ଡ଼ାକ୍ତରଖାନାର କର୍ମଚାରୀ ତାକୁ ଉଦ୍ଧାର କରିବା ସହ ଶାରିରୀକ ଯାଞ୍ଚଏବଂ ଟିକା ପ୍ରଦାନ କରିଥିଲେ । ଏହାପରେ ଡ଼ାକ୍ତରଖାନାର କତ୍ତୃପକ୍ଷ କୁଚିଣ୍ଡା ଚାଇଲ୍ଡ ଲାଇନକୁ ସୂଚନା ଦେଇଥିଲେ । ସୂଚନା ଅନୁସାରେ, ନବଜାତ ଶିଶୁ କନ୍ୟାକୁ କେହି ଜଣେ ଏହି ଝୁଲଣ କେନ୍ଦ୍ରରେ ଛାଡ଼ି ଦେଇଥିବା ଅନୁମାନ କରାଯାଉଛି । ଗତ ଚାରି ଦିନ ପୂର୍ବରୁ ମଧ୍ୟ ଏଠାରୁ ଆଉ ଏକ ଶିଶୁ କନ୍ୟାକୁ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି ।



Visitors Today : 5
Total Visitors : 130180
Total Views : 9891628
Visitors Online Now : 0