ରାଜକନିକା : ରାଜକନିକା ଖରସ୍ରୋତା ବଞ୍ଚାଓ ସଂଗ୍ରାମ ସମିତି ପକ୍ଷରୁ ଆଜି ସହିଦ ଦିବସରେ ମେଗା ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି ।ରାଜକନିକା ଓ ଆଳିର ଜୀବନ ରେଖା କୁହାଯାଉଥିବା ଖରସ୍ରୋତା ନଦୀରେ ସରକାରଙ୍କ ର ମେଗା ଜଳ ପ୍ରକଳ୍ପକୁ ବିରୋଧ ଶତାଧିକ ଜନତାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଦୀର୍ଘ ଏକ ବର୍ଷରୁ ଅଧିକ ଦିନ ଧରି ଖରସ୍ରୋତା ସଂଗ୍ରାମ ସମିତି ତାର ପ୍ରକଳ୍ପ ବିରୋଧୀ ଅଭିଯାନକୁ ଆଗେଇ ନେଇଛି । ରକ୍ତ ଦେଲୁ ….ପାଣି ଦେବୁନି ଏହି ସ୍ଲୋଗାନ ଦେଇ ସହିଦ ଦିବସରେ ତିନିଜଣ ସ୍ବାଧୀନତା ସଂଗ୍ରାମୀଙ୍କର ସ୍ମୁତି ଉଦ୍ଧେଶ୍ୟରେ ଆଜି କଟକ-ଚାନ୍ଦବାଲି ରାଜପଥର ବରୁଣାଡିହା ଚାରିଛକ ନିକଟରେ ଆୟୋଜିତ ହୋଇଛି ଏହି ରକ୍ତଦାନ ଶିବିର।ଦଲମତ ନିର୍ବିଶେଷରେ ଶତାଧିକ ଯୁବକ ଯୁବତୀ ଓ ସଂଗ୍ରାମୀ ସାମିଲ ହୋଇ ସ୍ୱେଚ୍ଛାକୃତ ରକ୍ତଦାନ କରି ରାଜ୍ୟ ସରକାରଙ୍କୁ ଆହ୍ବାନ ଦେଇଛନ୍ତି । ରକ୍ତ ଦେବୁ ପଛେ ଖରସ୍ରୋତା ରୁ ବୁନ୍ଦାଏ ପାଣି ଦେବୁନାହିଁ…..



Visitors Today : 0
Total Visitors : 130166
Total Views : 9891611
Visitors Online Now : 0