ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲର ବିକଳ୍ପ ଭାବେ ଦୁଇ ଇଲେକ୍ଟ୍ରିକ ଯାନ କ ଭାରତୀୟ ବଜାରରେ ଉପଲବ୍ଧ ହେବାକୁ ଯାଉଛି । ଇଲେକ୍ଟ୍କିକ୍ ସ୍କୁଟର୍ ଉତ୍ପାଦନକାରୀ ସଂସ୍ଥା ଆଥର୍ ଏନର୍ଜି ଭାରତୀୟ ସ୍କୁଟର ବଜାରରେ ଏବେ ପରିବର୍ତ୍ତନ ଆଣିବାକୁ ଯାଉଛି । ତାମିଲ୍ନାଡ଼ୁର ହୋସୁର୍ ଠାରେ କମ୍ପାନୀ ନୂଆ କରି ଏହାର ପ୍ଲାଣ୍ଟ ସ୍ଥାପନ କରିଛି । ବାର୍ଷିକ ଏହି ପ୍ଲାଣ୍ଟରୁ ୧ ଲକ୍ଷ ୧୦ ହଜାର ଇ-ସ୍କୁଟର୍ ଏବଂ ୧ ଲକ୍ଷ ୨୦ ହଜାର ବ୍ୟାଟେରୀ ଉତ୍ପାଦନ କରିବା ନେଇ କମ୍ପାନୀ ଲକ୍ଷ୍ୟ ରଖିଥିବା କହିଛି । କମ୍ପାନୀ ଆଥର୍ ୪୫୦ଏକ୍ସ ଏବଂ ଆଥର୍ ୪୫୦ ପ୍ଲସ୍ ନାମକ ଦୁଇଟି ସ୍କୁଟର୍ ଭାରତରେ ନିର୍ମାଣ କରିବାକୁ ଯାଉଛି । ଏହା ବାଙ୍ଗାଲୋରରୁ ହିଁ ଉତ୍ପାଦନ କରାଯିବ।
ଏହି ସ୍କୁଟର ମଧ୍ୟରେ ୪୫୦ଏକ୍ସ ୩.୩ ସେକେଣ୍ଡରେ ୪୦ କିମି ବେଗକୁ ଛୁଇଁ ପାରିବ ଏଥି ସହିତ ୪୫୦ ପ୍ଲସ୍ ୩.୯ ସେକେଣ୍ଡରେ ଏହି ବେଗକୁ ଛୁଇଁ ପାରିବ ।୪୫୦ ପ୍ଲସ୍ ୭୦ କିମି ଘଣ୍ଟାପ୍ରତି ଯାଇପାରୁଥିବା ବେଳେ ୬ କେଡବ୍ଲୁ ପାୱାର ଖର୍ଚ୍ଚ ହେବ ଏବଂ ୪୫୦ଏକ୍ସ ୮୫ କିମି ଯାଇପାରୁଥିବା ବେଳେ ଏଥିରେ ୫.୪ କେଡବ୍ଲୁ ପାୱାର ଖର୍ଚ୍ଚ ହେବ ।୪୫୦ ପ୍ଲସ୍୧୦ ମିନିଟ୍ ଚାର୍ଜରେ ୧୦ କିମି ଯାଇପାରିବ ଏବଂ ୪୫୦ଏକ୍ସ ୧୦ ମିନିଟ୍ ଚାର୍ଜରେ ୧୫ କିମି ଯାଇପାରିବ । ଏଥିରେ ଆନାଲୋଗ ଡିସ୍ପ୍ଲେ ରହିବ । ଯେଉଁଥିରେ ବ୍ଲୁଟୁଥ୍, କଲ୍ ଆଲର୍ଟ ଏବଂ ମ୍ୟୁଜିକ୍ କଣ୍ଟ୍ରୋଲ୍ର ସୁବିଧା ମଧ୍ୟ ରହିବ ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0