୭ ଲକ୍ଷ ଟଙ୍କାର ପାର୍ଟି ଦେଲେ ଆବି ନାମକ ପୋଷା କୁକୁରର ଜନ୍ମଦିନରେ । ଆବିର ଜନ୍ମଦିନ ପାଳନ ହୋଇଥିଲା ଗୁଜରାଟର ଅହମଦାବାଦ ଅନ୍ତର୍ଗତ ନିକୋଲ୍ ଅଞ୍ଚଳରେ । କୁକୁରର ଜନ୍ମଦିନକୁ ଏତେ ଆଡ଼ମ୍ବରପୂର୍ଣ୍ଣ କରାଯାଇଥିଲା ଯେ, ଯୋଗ ଦେବାକୁ ଆସିଥିବା ଅତିଥିମାନେ ଚମତ୍କୃତ ହୋଇଯାଇଥିଲେ। ପାର୍ଟି ପାଇଁ ‘ମଧୁବନ ଗ୍ରିନ୍’ରେ ଖଣ୍ଡେ ବିରାଟ ପ୍ଲଟ୍ ବୁକ୍ କରାଯାଇଥିଲା। ସୁସଜ୍ଜିତ ଟେଣ୍ଟ୍ ଟଣାଯାଇ କୁକୁର ଆବିର ବିରାଟ ପୋଷ୍ଟର୍ ସବୁ ଲଗାଯାଇଥିଲା । ଗୋଟାଏ କଳା ଗାଉନ୍ ଏବଂ ଖଣ୍ଡେ ସାଲ୍ ଜନ୍ମଦିନ ପାଳନ ଉପଲକ୍ଷେ ଆବି ପିନ୍ଧିଥିଲା । ଏହି ଭିଡିଓ ଟି ଭାଇରାଲ୍ ହେବା ପରେ ଅନେକ ବ୍ୟକ୍ତି ମାସ୍କ୍ ପରିଧାନ କରି ନ ଥିଲେ ପୁଲିସ ଜାଣିବାକୁ ପାଇଛି ।



Visitors Today : 0
Total Visitors : 130166
Total Views : 9891611
Visitors Online Now : 0