ଛାତ୍ରକୁ ପିଟିପିଟି ମାରିଦେଲେ ଶିକ୍ଷକ। ପାଠ ଶେଷ କରିନଥିବାରୁ ସପ୍ତମ ଶ୍ରେଣୀ ଛାତ୍ରକୁ ପିଟିପିଟି ମାରିଦେଇଥିବା ଅଭିଯୋଗ ହୋଇଛି। ରାଜସ୍ଥାନର ଚୁରୁ ଜିଲା ଅନ୍ତର୍ଗତ ସାଲାସାରର ଏ ଅଭାବନୀୟ ଘଟଣା। ଘରୋଇ ବିଦ୍ୟାଳୟ ଶିକ୍ଷକ ମନୋଜ କୁମାର ଛାତ୍ରକୁ ପିଟିପିଟି ମାରି ଦେଇଥିଲେ। ଅନ୍ୟ ପିଲାଙ୍କ କହିବାନୁସାରେ ଶିକ୍ଷକ ଅତି ନିର୍ଦ୍ଦୟ ଭାବେ ବାଡ଼ିରେ ପିଟିବା ସହ ଶରୀରରେ କଣ୍ଟା ଫୋଡ଼ି ଥିବା କହିଛନ୍ତି। ଅଭିଯୁକ୍ତ ଶିକ୍ଷକ ମନୋଜ କୁମାରଙ୍କୁ ଗିରଫ କରିଛି ପୁଲିସ। ମୃତ ଛାତ୍ରର ବାପା ଓମ୍ ପ୍ରକାଶଙ୍କ କହିବାନୁସାରେ ପୁଅ ଗତ ୧୫ ଦିନ ମଧ୍ୟରେ ପ୍ରାୟ ୫ଥର ଶିକ୍ଷକ ବିନା କାରଣରେ ବାରମ୍ବାର ପିଟୁଥିବାର ଅଭିଯୋଗ କରିଥିଲା। ବୁଧବାର ସକାଳ ପ୍ରାୟ ୯ଟାରେ ପୁଅ ଅଚେତ ହୋଇଯିବା ସମ୍ପର୍କରେ ଫୋନ୍ କରି ଶିକ୍ଷକ ତାଙ୍କୁ ଜଣାଇଥିଲେ। ଜମିରେ ଥିବା ଓମ୍ ପ୍ରକାଶ ପତ୍ନୀଙ୍କ ସହ ଶିକ୍ଷକଙ୍କ ଘରେ ପହଞ୍ଚି ପୁଅ ନିସ୍ତେଜ ହୋଇ ପଡ଼ିଥିବା ଦେଖିଥିଲେ। ଉପସ୍ଥିତ ଅନ୍ୟ ଛାତ୍ରଛାତ୍ରୀମାନେ ଆତଙ୍କିତ ଅବସ୍ଥାରେ ଥିଲେ। ଶିକ୍ଷକ ତାଙ୍କୁ ‘ଆପଣଙ୍କ ପୁଅ ପାଠ ଶେଷ କରି ନ ଥିବାରୁ ମୁଁ ତାକୁ ପିଟିଥିଲି। ଏଥିରେ ସେ ପେଖନା କାଢ଼ିବା ସହ ମରିଯିବାର ଅଭିନୟ କରି ପଡ଼ିରହିଛି’ ବୋଲି କହିଥିଲେ।



Visitors Today : 1
Total Visitors : 129939
Total Views : 9891293
Visitors Online Now : 0