ଆଇପିଏଲର ୨୦୨୨ ସଂସ୍କରଣରେ ୧୦ଟି ଟିମ୍ ଖେଳିବେ । ବିସିସିଆଇ ନିକଟରେ ଏକ ନୋଟିସ ଜାରି କରିଥିଲା, ଯେଉଁଥିରେ ନିଲାମି ଡକାଯାଇଥିଲା । ତେବେ ବଲିଉଡ୍ ସେଲିବ୍ରିଟି ରଣବୀର ସିଂ ଓ ଦୀପିକା ପାଦ୍ୟୁକୋନ ଆଇପିଏଲରେ ନିଲାମରେ ରୁଚି ଦେଖାଇଥିବା ଖବର ମିଳିଛି । ତେବେ ବଲିଉଡ୍ ସେଲିବ୍ରିଟି ଆଇପିଏଲରେ ରୁଚି ଦେଖାଇବା କିଛି ନୂଆ କଥା ନୁହେଁ । ଶାହରୁଖ ଖାନ, ଜୁହି ଚାଓ୍ୱାଲା କେକେଆରରେ ମାଲିକ ଅଟନ୍ତି । ସେହିପରି ପ୍ରୀତି ଜିଣ୍ଟା ପଞ୍ଜାବ କିଙ୍ଗସରେ ମାଲିକାଣୀ । ଆଇପିଏଲ ଦେଖିବାକୁ ବଲିଉଡ୍ ସେଲିବ୍ରିଟିଙ୍କ ଭିଡ ବି ଜମି ଥାଏ । ଆଉଟଲୁକ୍ ଇଣ୍ଡିଆର ଖବର ଅନୁସାରେ, ଦୀପିକା ଓ ରଣବୀର ଦୁଇଟି ଟିମ୍ ପାଇଁ ନିଲାମି ପ୍ରକ୍ରିୟାରେ ସାମିଲ ଓ ବିଡ୍ ଦାଖଲ ପ୍ରସ୍ତୁତ ଅଛନ୍ତି । ସେହିପରି ଅଦାନୀ ଓ ଆରପି ସଞ୍ଜିବ ଗୋଏନକା ଗ୍ରୁପ ନୂଆ ଦଳ କିଣିବା ରେସରେ ଅଛନ୍ତି । ଆହୁରି ମଧ୍ୟ ଇଂଲଣ୍ଡ ଫୁଟବଲ କ୍ଲବ୍ ମାଞ୍ଚେଷ୍ଟର ୟୁନାଇଟେଡ୍ ମଧ୍ୟ ଆଇପିଏଲ ନୂଆ ଟିମ୍ ପାଇଁ ନିଲାମରେ ଭାଗ ନେବ ବୋଲି ସୂଚନା ମିଳିଛି । ଜିନ୍ଦଲ ଗ୍ରୁପର ନବୀନ ଜିନ୍ଦଲ କଟକ ଫ୍ରାଞ୍ଚାଇଜି କିଣିବେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।



Visitors Today : 3
Total Visitors : 130166
Total Views : 9891611
Visitors Online Now : 0