ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠରେ ଥିବା ମେଣ୍ଢାଶାଳ ଅଞ୍ଚଳରେ ଘଟିଛି ଏକ ଦୁଖଃଦ ଘଟଣା । ଏକ ପଥର ବୋଝେଇ ଟ୍ରକ ଦୋକାନ ଭିତରକୁ ଧକ୍କା ଦେଇ ପଶିବା ଫଳରେ ୪ ଜଣ ଗୁରୁତର ଆହତ ହୋଇଛନ୍ତି । ଆହାତ ମାନଙ୍କୁ ନିକଟସ୍ଥ ମେଣ୍ଢାଶାଳ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନା ଅନୁସାରେ, ଟ୍ରକ ଡ୍ରାଇଭର ଜଣକ ଭାରସାମ୍ୟ ହରାଇ ଦୋକାନ ଭିତରକୁ ପଶି ଯାଇଥିଲା । ଦୁର୍ଘଟଣାସ୍ଥଳରୁ ଟ୍ରକକୁ ହଟାଇବା ପାଇଁ ଏକ କ୍ରେନ୍ ନିୟୋଜିତ ହୋଇଥିଲା । ଅନ୍ୟପଟେ ପୀଡ଼ିତମାନଙ୍କର ପରିଚୟ ଏପର୍ୟ୍ୟନ୍ତ ଜଣାପଡ଼ିନାହିଁ ।



Visitors Today : 1
Total Visitors : 130170
Total Views : 9891616
Visitors Online Now : 0