spot_img

ଫୋନରେ କଥା ହେବା ପଡ଼ିଲା ମହଙ୍ଗା: ଟ୍ରେନରେ କଟି ଯୁବକ ମୃତ

କଟକ କଟକ ରେଲଓ୍ବେ ଗୁଡ୍ ସେଡ୍ ନିକଟରେ ଅଭାବନୀୟ ଘଟଣା ଘଟିଛି । ଟ୍ରେନ୍‌ରେ କଟି ଯୁବକଙ୍କ ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ତଦନ୍ତ ଜାରି ।

ସୂଚନାଯୋଗ୍ୟ ଯେ, କଟକ ରେଲଓ୍ବେ ଗୁଡ୍ ସେଡ୍ ନିକଟରେ ଟ୍ରେନରେ କଟି ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ଯୁବକ ଜଣଙ୍କ ମୋବାଇଲରେ କଥା ହୋଇ ଟ୍ରେନ୍ ଲାଇନ୍ ପାର ହେଉଥିବା ବେଳେ ଟ୍ରେନ୍ ଆସିବା ଶବ୍ଦ ଜାଣିପାରି ନଥିଲେ । ଟ୍ରେନଟି ତାଙ୍କୁ ଧକ୍କା ଦେଇଥିଲା । ଫଳରେ ତାଙ୍କର ମୃତ୍ୟୁ ହୋଇଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରିନଥିବା ବେଳେ ଘଟଣାସ୍ଥଳରେ ଜିଆରପି ଓ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular