spot_img

ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେଲେ AIFF

ନୂଆଦିଲ୍ଲୀ: ଅଖିଳ ଭାରତୀୟ ଫୁଟବଲ ମହାସଂଘ ବର୍ତ୍ତମାନ ସୁପ୍ରିମକୋଟର ଦ୍ୱାରସ୍ଥ ହୋଇଛନ୍ତି । ତେବେ ତାଙ୍କ କାର୍ଯ୍ୟକାରୀ ସମିତିଙ୍କୁ କାର୍ଯ୍ୟକାଳ ସରିବା ପରେ ମଧ୍ୟ ତାଙ୍କୁ ସେହି କାର୍ଯ୍ୟରେ ରଖିବା ପାଇଁ କହିଛନ୍ତି ଏଆଇଏଫଏଫ । କାରଣ ନ୍ୟାୟଳୟ ଠାରୁ ନୂତନ କାର୍ଯ୍ୟକାରୀ ପ୍ରଶାସକ ନିର୍ବାଚନ କରିବା ପାଇଁ ଏ ପର୍ଯ୍ୟନ୍ତ ନୂଆ ସମ୍ବିଧାନ ପ୍ରସ୍ତୁତ କରାଯାଇନାହିଁ । ଅନ୍ୟପଟେ ବର୍ତ୍ତମାନ ପ୍ରଫୁଲ ପଟେଲ କାର୍ଯ୍ୟକାଳ ସମିତିର କାର୍ଯ୍ୟକର୍ତ୍ତା ଅଛନ୍ତି । ତେବେ ତାଙ୍କ ଚାରି ବର୍ଷର କାର୍ଯ୍ୟକାଳ ଆସନ୍ତା ମାସରେ ସରିବା ପାଇଁ ଯାଉଛି । ଏହା ସହ ଏଆଇଏଫଏଫ ଘୋଷଣା କରିଛି କି ତାଙ୍କ ବାର୍ଷିକ ବୈଠକ ୨୧ ଡିସେମ୍ବରରେ ହେବାକୁ ଯାଉଛି । ଅନ୍ୟପଟେ ପଟେଲ ଖେଳର ଅଧିନିୟମ ଅନୁସାରେ, ଦ୍ୱିତୀୟଥର ଅଧ୍ୟକ୍ଷ ହୋଇପାରିବେ ନାହିଁ । କାରଣ ସେ ୨୦୧୨ ମସିହାରୁ ଏଆଇଏଫଏଫର ଅଧ୍ୟକ୍ଷ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular