spot_img

ବ୍ରିଜ୍ ତଳକୁ ଖସି ପଡିଲା ହାଇଓ୍ୱା

ଝାରସୁଗୁଡା :   ଝାରସୁଗୁଡା ରଂଫେଲ୍ ବ୍ରିଜ ତଳକୁ ଏକ ହାଇଓ୍ୱା ଖସି ପଡିଛି । ଫଳରେ ଏଥିରେ ଥିବା ୨ଜଣ ନିଖୋଜ ହୋଇଯାଇଛନ୍ତି।

ସୂଚନାନୁସାରେ, ରଂଫେଲ୍ ବ୍ରିଜ ଦେଇ ଏକ ହାଇଓ୍ୱା ଆସୁଥିଲା । ହଠାତ୍ ହାଇଓ୍ୱାଟି ଭାରସାମ୍ୟ ହରାଇ ବ୍ରିଜ ତଳକୁ ଖସି ପଡିଥିଲା । ଏଥିରେ ଥିବା ୩ ଜଣ ଇବ୍ ନଦୀରେ ନିଖୋଜ ହୋଇଯାଇଥିଲେ । ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଁଚିଥିଲା । ଏହାସହ ଉଦ୍ଧାରକାର୍ଯ୍ୟ ଆରମ୍ଭ କରାଯାଇଥିଲା । ତେବେ ୩ଜଣଙ୍କ ମଧ୍ୟରୁ ଜଣଙ୍କୁ ଉଦ୍ଧାର କରାଯାଇଛି । ଏବେବି ୨ ଜଣ ନିଖୋଜ ଅଛନ୍ତି ।

 

LEAVE A REPLY

Please enter your comment!
Please enter your name here

- Advertisment -

Most Popular