ବାଲେଶ୍ୱର: ସଡକ ସୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମେଡିକାଲକୁ ଚିକିତ୍ସା ପାଇଁ ଆସୁଥିବା ସମୟରେ ଏଭଳି ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ, ବାଲେଶ୍ୱର ଜିଲ୍ଲା ସୋରର ୧୬ ନମ୍ବର ଜାତୀୟ ରାଜପଥର କଲେଜ ଛକ ନିକଟରେ ଥିବା ଜଗନ୍ନାଥ ଢାବା ନିକଟରେ ଦୁର୍ଘଟଣା ଘଟିଛି । ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳରୁ ଏକ ସ୍କର୍ପିଓ ଯୋଗେ କଟକ ବଡ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଆସୁଥିଲେ । କିନ୍ତୁ ଜାତୀୟ ରାଜପଥ ସଂପ୍ରସାରଣ କାମ ଚାଲୁଥିବାରୁ ଡ୍ରାଇଭର ନିଜର ଭାରସାମ୍ୟ ହରାଇ ଆଗରେ ଯାଉଥିବା ଏକ ଟ୍ରଲରକୁ ଧକ୍କା ଦେଇଥିଲା । ଯାହାଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି ତାଙ୍କୁ ସୋର ପରେ ବାଲେଶ୍ୱର ଡାକ୍ତରଖାନା ଭର୍ତ୍ତି କରାଯାଇଛି । ତେବେ ସ୍କର୍ପିଓ ଡ୍ରାଇଭରକୁ ସୋର ପୋଲିସ ଅଟକ ରଖିଛି । ମୃତକ ଦୁଇ ଜଣଙ୍କ ଶବକୁ ଜବତ କରି ବ୍ୟବଛେଦ ପାଇଁ ପଠାଇଛି । ମୃତକ ଦୁଇ ଜଣ ପଶ୍ଚିମବଙ୍ଗ ମୁକୁନ୍ଦପୁର ଅଞ୍ଚଳର ସେଖ ମୁତୁର୍ଜା, ଜମାଲ ସାହା ବୋଲି ଜଣାପଡିଛି ।



Visitors Today : 2
Total Visitors : 130168
Total Views : 9891613
Visitors Online Now : 0