ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଭଟପାଳ ଗାଁ ନିକଟରେ ଦୁଃଖଦ ଘଟଣା ଘଟିଛି । ଡେଲିଭରି ଦେବାକୁ ଜିନିଷ ଧରି ଘରକୁ ଫେରୁଥିଲେ। ଘର ଆଉ କିଛି ବାଟ ଥିବା ବେଳେ ସଡ଼କ ଦୁର୍ଘଟଣାରେ ଚାଲିଗଲା ଡେଲିଭରି ବୟର ଜୀବନ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଭଟପାଳ ଗାଁର ପ୍ରଶାନ୍ତ ମାଝୀ। ପ୍ରଶାନ୍ତ ଏକ ସଂସ୍ଥାର ଡେଲିଭରି ବୟ ଭାବେ କାର୍ୟ୍ୟ କରୁଥିଲେ।ମିଳିଥିବା ସୂଚନା ଅନୁସାରେ, ପ୍ରଶାନ୍ତ ଆଜି ସକାଳେ ଡେଲିଭରି ଜିନିଷ ଆଣିବାକୁ ଛେଣ୍ଡିପଦାରେ ଥିବା ସଂସ୍ଥାକୁ ଆସିଥିଲେ। ସେଠାରୁ ଜିନିଷ ନେଇ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ ଭଟପାଳ ଗାଁ ନିକଟରେ ରାସ୍ତାପାର୍ଶ୍ୱରେ ଥିବା ଗଛରେ ତାଙ୍କ ବାଇକ୍ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ଓ ଘଟଣାର ତଦନ୍ତ କରୁଛି।



Visitors Today : 1
Total Visitors : 130303
Total Views : 9891806
Visitors Online Now : 0