ନୂଆଦିଲ୍ଲୀ : ବଲିଉଡ଼ରେ ଆଉ ଏକ ଦୁଃଖଦ ଖବର ପୁଣି ସାମ୍ନାକୁ ଆସିଛି । ହିନ୍ଦୀ ଚଳଚିତ୍ରର ଅଭିନେତା ତଥା ପ୍ରଯୋଜକ ଓ ନିର୍ଦେଶକ ରାଜୀଭ କପୁର ୫୮ ବୟସରେ ଆଜି ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ସୂଚନା ଅନୁଯାୟୀ , ସକାଳୁ ତାଙ୍କ ଛାତିରେ ବହୁତ କଷ୍ଟ ଅନୁଭବ କରୁଥିବାରୁ ତାଙ୍କ ଭାଇ ରଣଧୀର କପୁର ତାଙ୍କୁ ତୁରନ୍ତ ନେଇ ଡ଼ାକ୍ତରଖାନରେ ପହଞ୍ଚିଥିଲେ । ସେଠାରେ ଡ଼ାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଏହି ଖବରଟିକୁ ପ୍ରଥମେ ତାଙ୍କ ଭାଉଜ ତଥା (ସ୍ୱର୍ଗତ ରିଷି କପୁରଙ୍କ ପତ୍ନୀ) ନିତୁ ସିଂ ସୋଶିଆଲ ମିଡ଼ିଆରେ ସୂଚନା ଦେଇଥିଲେ ।
ସେ ବଲିଉଡ଼ର କପୁର ବଶଂଧର ରଣଧୀର କପୁର ଓ ସ୍ୱର୍ଗତ ରିଷି କପୁରଙ୍କ ସାନ ଭାଇ ଥିଲେ । ହିନ୍ଦୀ ଚଳଚିତ୍ରରେ ରାଜୀଭ କପୁର ରାମ ତେରି ଗଙ୍ଗା ମୈଲ,ଏକ ଜାନ ହେ ହମ,ପ୍ରେମ ଗ୍ରନ୍ଥ, ଆଶମାନ,ହମ ତୋ ଚଲେ ପରଦେଶ ଭଳି ଅନେକ ଗୁଡ଼ିଏ ହିଟ୍ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନରେ ବେଶ ପ୍ରଶଂସା ସାଉଁଟିଥିଲେ । ସେ ୧୯୯୯ ମସିହାରେ ( ଆ ଅବ ଲୋଟ ଚାଲେଁ) ଫିଲ୍ମର ପ୍ରଯୋଜନା କରିଥିଲେ । ଶେଷଥର ପାଇଁ ୧୯୯୦ ମସିହାରେ ଫିଲ୍ମ ଜିମ୍ମେଦାରରେ ତାଙ୍କୁ ଦେଖିବାକୁ ମିଳିଥିଲା ।
ରାଜୀଭ କପୁରଙ୍କ ନିଧନରେ ପୁରା ବଲିଉଡ଼ରେ ଶୋକର ଛାୟା ଖେଳି ଯାଇଛି । ତାଙ୍କ ସମର୍ଥକ ମଧ୍ୟ ଏ ଖବର ଶୁଣି ଦୁଖଃ ପ୍ରକାଶ କରିଛନ୍ତି ।



Visitors Today : 0
Total Visitors : 130169
Total Views : 9891615
Visitors Online Now : 0