ଅଭିନେତା ରବି ପଟବର୍ଦ୍ଧନ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ହୃଦରୋଗରେ ପୀଡିତ ଥିଲେ । ହିନ୍ଦୀ ଓ ମରାଠି ଫିଲ୍ମ ଏବଂ ଥିଏଟରରେ ତାଙ୍କର ବହୁତ ଅବଦାନ ରହିଛି । ଶନିବାର ରାତିରେ ସେ ନିଶ୍ୱାସ ନେବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ପରେ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ତାଙ୍କ ଅବସ୍ଥା ସୁଧୁରି ନଥିଲା । ଏବଂ ରବିବାର ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଚଳଚିତ୍ର ଏବଂ ଟିଭି ସିରିଏଲରେ ଅଧିକାଂଶ ଦାଦାଜୀ ଭୂମିକାରେ ଅଭିନୟ କରିଥିବା ରବି ପଟବର୍ଦ୍ଧନ ତାଙ୍କ କ୍ୟାରିୟରରେ ୨୦୦ ରୁ ଅଧିକ ଚଳଚ୍ଚିତ୍ର ଏବଂ ୧୫୦ ରୁ ଅଧିକ ନାଟକରେ କାମ କରିଥିଲେ ।



Visitors Today : 0
Total Visitors : 130181
Total Views : 9891632
Visitors Online Now : 0