spot_img

ଅଡୁଆରେ ଅଭିନେତ୍ରୀ ମୁନମୁନ୍ ଦତ୍ତ

ନୂଆଦିଲ୍ଳୀ : ତାରକ୍ ମେହେତାକା ଉଲଟା ଚଷମାର ଅଭିନେତ୍ରୀ ମୁନ୍ମୁନ୍ ଦତ୍ତ ତଥା ବବିତା ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ମୁନମୁନ୍ନ୍ ବର୍ତ୍ତମାନ ତାଙ୍କ ବୋଲ୍ଡନେସ୍ ପାଇଁ ନୁହେଁ ବରଂ ଅନ୍ୟ ଏକ ଅଡୁଆରେ ପଡିଛନ୍ତି। ଯେଉଁଥିପାଇଁ ତାଙ୍କ ମୁଶ୍କିଲ ବଢିବାରେ ଲାଗିଛି । କୁହାଯାଉଛି କି ଖୁବ୍ ଶୀଘ୍ର ତାଙ୍କୁ ଗିରଫ କରାଯାଇପାରେ ବୋଲି କଳ୍ପନା କରାଯାଉଛି ।କିଛି ଦିନ ପୂର୍ବରୁ ସେ ତାଙ୍କର ଏକ ଭିଡିଓକୁ ନେଇ ବିବାଦ ଘେରକୁ ଆସିଥିଲେ । ଯେଉଁଥିରେ ସେ ଜାତିଭିତ୍ତିକ ଶବ୍ଦ ବ୍ୟବହାର କରୁଥିଲେ । ଅଭିନେତ୍ରୀଙ୍କ ଏହି ଭିଡିଓରେ ବହୁତ ଚର୍ଚ୍ଚାକୁ ଆସିଥିବା ବେଳେ ବୋବାଲ ହୋଇଥିଲା । ତେବେ ମାମଲାର ଅବନତି ଦେଖିବା ପରେ ମୁମୁନ ତାଙ୍କ ପ୍ରଶଂସକଙ୍କ ନିକଟରେ କ୍ଷମା ମାଗିଥିଲେ। ଏନେଇ ସେ ଏକ ଅଫିସିଆଲି ଭାବେ ବିବୃତ୍ତି ଦେଇଛନ୍ତି। ଯେଉଁଥିରେ ସେ କହିଥିଲେ ଯେ ସେ ପ୍ରକୃତରେ ସେହି ଶବ୍ଦର ଅର୍ଥ ଜାଣି ନାହାଁନ୍ତି। କ୍ଷମା ମାଗିବା ପରେ ମଧ୍ୟ ବର୍ତ୍ତମାନ ହିସାରର ଏକ କୋର୍ଟ ତାଙ୍କ ଜାମିନ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି।
ମୁନମୁନ୍ ନିଜର ଏକ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସେ ନିଜର ବିଭିନ୍ନ ପ୍ରକାରର ଭିଡିଓ ପକାଇ ଚଲାନ୍ତି । ପ୍ରତିଦିନ ତାଙ୍କ ଫ୍ୟାନ୍ସମାନଙ୍କ ପାଇଁ କିଛି ନା କିଛି ଭିଡିଓ ସେୟାର କରିଥାନ୍ତି । ହେଲେ ମୁନ୍ମୁନ୍ ୨୦୨୧ ମସିହାରେ ତାଙ୍କ ଚ୍ୟାନେଲରେ ଏକ ଭିଡିଓ ମଧ୍ୟ ଛାଡିଥିଲେ । ଯେଉଁଥିପାଇଁ ସେ ଖୁବ୍ ଲାଇମଲାଇଟ୍କୁ ଆସିଥିଲେ । ଏଥିରେ ସେ ଏକ ବିବାଦୀୟ ବିବୃତ୍ତି ଦେଇଛନ୍ତି। ଏହା ପରେ କୁହାଯାଇଥିଲା ଯେ ମୁନ୍ମୁନ୍ ଅନୁସୂଚିତ ଜାତି ସମ୍ପ୍ରଦାୟକୁ ଟାର୍ଗେଟ କରିଛନ୍ତି। ସେବେଠାରୁ ମୁମୁନ୍ ଟ୍ୱିଟରରେ ଏବଂ ଅନ୍ୟାନ୍ୟ ସୋସିଆଲ୍ ମିଡିଆରେ ଟ୍ରୋଲ୍ ହେବାର ଟ୍ରେଣ୍ଡ ଆରମ୍ଭ ହୋଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

- Advertisment -

Most Popular